ପିପିଲି ଭୋଟ : ପ୍ରଥମ ରାଉଣ୍ଡରେ କାହାକୁ କେତେ ?

ପିପିଲି ଭୋଟ : ପ୍ରଥମ ରାଉଣ୍ଡରେ କାହାକୁ କେତେ ?

ରାଜନୀତି

ଭୁବନେଶ୍ୱର : ପିପିଲି ଭୋଟ ଗଣତି ଜାରି ରହିଛି  । ପ୍ରଥମ ରାଉଣ୍ଡରେ ବିଜେଡ଼ି ୧୪୦୬ ଖଣ୍ଡ ଭୋଟରେ ଆଗୁଆ ରହିଛି  । 

ପ୍ରଥମ ରାଉଣ୍ଡରେ ବିଜେଡ଼ିର ରୁଦ୍ର ପ୍ରସାଦ ମହାରଥିଙ୍କୁ ୪୦୫୫ ଖଣ୍ଡ ଭୋଟ, ବିଜେପିର ଆଶ୍ରୀତ ପଟ୍ଟନାୟକଙ୍କୁ ୨୬୪୯ ଖଣ୍ଡ ଭୋଟ ଓ କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କୁ ୭୬୬ ଖଣ୍ଡ ଭୋଟ ମିଳିଥିବା ଜଣାପଡ଼ିଛି  ।

ଦୁଇଟି ହଲରେ ଇଭିଏମ ଓ ଗୋଟିଏ ହଲରେ ପୋଷ୍ଟାଲ ଭୋଟ ଗଣତି ହେବ  । ଗୋଟିଏ ହଲରେ ୭ଟି ଲେଖାଏଁ ଟେବୁଲ ଥିବାବେଳେ ଦୁଇଟି ହଲରେ ୧୪ଟି ଟେବୁଲ ପଡ଼ିବ  । ଭୋଟ ଗଣତି ପାଇଁ ୬୨ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି  ।

ଚଳିତ ଉପନିର୍ବାଚନରେ ୧୯୯୫ ପରେ ସର୍ବାଧିକ ମତଦାନ ହୋଇଛି  । ନିର୍ବାଚନମଣ୍ଡଳୀରେ ୨ ଲକ୍ଷ ୨୯ ହଜାର ୯୧୮ ଭୋଟର ଥିବାବେଳେ ୭୮.୨୫ ପ୍ରତିଶତ ମତଦାନ କରିଛନ୍ତି  । ୯୫ ହଜାର ୩୮୩ ଜଣ ପୁରୁଷ ଓ ୮୪ ହଜାର ୫୯୭ ଜଣ ମହିଳା ମତଦାନ କରିଛନ୍ତି  । ମୋଟ ଉପରେ ୧ ଲକ୍ଷ ୭୯ ହଜାର  ୯୮୦ ଜଣ ମତଦାନ କରିଥିବାବେଳେ କିଏ ବାଜିମାତ କରିବ ତାହାକୁ ନେଇ ଉତ୍କଣ୍ଠା ଲାଗିରହିଛି  ।

Powered by Froala Editor