ଏଲ୍‌ଜେପି ନିର୍ବାଚନ ଚିହ୍ନକୁ ଜବତ କଲେ ନିର୍ବାଚନ କମିସନ୍

ଏଲ୍‌ଜେପି ନିର୍ବାଚନ ଚିହ୍ନକୁ ଜବତ କଲେ ନିର୍ବାଚନ କମିସନ୍

ଜାତୀୟ ଖବର

ନୂଆଦିଲ୍ଲୀ : ବିହାରରେ ନିର୍ବାଚନ ଲଢ଼ୁଥିବା ଲୋକ ଜନଶକ୍ତି ପାର୍ଟିର ନିର୍ବାଚନ ଚିହ୍ନକୁ ଜବତ କରିଛନ୍ତି ମୁଖ୍ୟ ନିର୍ବାଚନ କମିସନ। କକା ପଶୁପତି କୁମାର ପରାଶ ଏବଂ ପୁତୁରା ଚିରାଗ ପାଶ୍ବାନଙ୍କ ମଧ୍ୟରେ ଚାଲିଥିବା ବିବାଦକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ନେଇଛନ୍ତି ନିର୍ବାଚନ କମିସନର। ସମାନ ନିର୍ବାଚନ ସଂକେତ ’ବଙ୍ଗଳା’କୁ ଉଭୟ ଗୋଷ୍ଠୀ ନିଜର ଦାବି କରୁଥିବାରୁ ଏପରି ବିବାଦ ସୃଷ୍ଟି ହୋଇଛି। ଆସନ୍ତା ଉପନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚନ କମିସନର ତାଙ୍କ ଅନ୍ତରୀଣ ନିର୍ଦେଶରେ ସୋମବାର ସୁଦ୍ଧା ଉଭୟ ସେମାନଙ୍କ ନିର୍ବାଚନ ଦଳ ଓ ସଂକେତ ସଂପର୍କିତ ରିପୋର୍ଟ ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତ ରାମବିଳାଶ ପାଶ୍ବାନ ଏହି ଦଳ ଗଠନ କରିଥିଲେ। ତେବେ ତାଙ୍କ ପରଲୋକ ପରେ ଦଳର ମୁଖ୍ୟ ଉତରାଧିକାରୀକୁ ନେଇ ଉଭୟ ପଶୁପତି ଓ ଚିରାଗଙ୍କ ମଧ୍ୟରେ ବିବାଦ ଲାଗି ରହିଛି।  


Powered by Froala Editor