ଭୁବନେଶ୍ୱର : ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କୁ ବିଜେଡ଼ି କର୍ମୀମାନେ ଏବେ ପ୍ରଶଂସାରେ ପୋତୁଛନ୍ତି । ଯାହାକୁ ନେଇ ସାମାଜିକ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳିଛି ।
ଫେସବୁକରେ ଦିଲ ସେ ନବୀନ ବୋଲି ଏକ ପେଜ ରହିଛି । ଯେଉଁ ପେଜ ଦ୍ୱାରା ବିଜେଡ଼ି ଫର ଏଭର ବୋଲି ଏକ ଗ୍ରୁପ କରାଯାଉଛି । ଏହି ଗ୍ରୁପ ଓ ପେଜ ଯଦିଓ ବିଜେଡ଼ିର ଅଫିସିଆଲ ନୁହେଁ, ତଥାପିବି ଏହି ଗ୍ରୁପ ଓ ପେଜ ପାଇଁ ନିର୍ବାଚନ ବେଳେ ବିଜେଡ଼ି ପକ୍ଷରୁ ଅର୍ଥ ଦିଆଯାଉଥିଲା । ଏବେ ସେଥିରେ ପ୍ରଦୀପ ମାଝୀଙ୍କୁ ନେଇ ଏକ ପୋଷ୍ଟ କରାଯାଇଛି । ସେଥିରେ ଉଲ୍ଳେଖ କରାଯାଇଛିଯେ, ‘ଆଦିବାସୀ ଭାଇଭଉଣୀମାନଙ୍କୁ ଆପଣଙ୍କର ନିଃସ୍ୱାର୍ଥପର ଭଲ ପାଇବା ଆମକୁ ସ୍ତମ୍ଭୀଭୂତ କରିଛି । ଆପଣ ବିରୋଧୀ ଦଳର ହେଲେବି ଓଡିଶା ପାଇଁ ସମର୍ପିତ ଥିବାରୁ ପ୍ରଶଂସା କରିବାକୁ ଆମେ ହେଳା କରିବୁ ନାହିଁ ।
ପିସିସିର ଏବେ କାର୍ଯ୍ୟକାରୀ ସଭାପତି ରହିଛନ୍ତି ପ୍ରଦୀପ ମାଝୀ । ଗତ କିଛିଦିନ ଧରି ସେ କଂଗ୍ରେସ ଛାଡ଼ି ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା ହୋଇଆସୁଛି । କିନ୍ତୁ ପ୍ରଦୀପ ମାଝୀ ଏହାକୁ ଖଣ୍ଡନ କରି ଆସୁଛନ୍ତି । ତେବେ ବିଜେଡ଼ି ଗ୍ରୁପରେ ପ୍ରଦୀପ ମାଝୀଙ୍କ ପ୍ରଶଂସା କିନ୍ତୁ ଭିନ୍ନ ବାର୍ତା ଦେଉଛି ।
Powered by Froala Editor
