ଷ୍ଟାଡିୟମ୍‌ରେ ପ୍ରେମିକାଙ୍କୁ ମୁଦି ପିନ୍ଧାଇଲେ ଚହର

ଷ୍ଟାଡିୟମ୍‌ରେ ପ୍ରେମିକାଙ୍କୁ ମୁଦି ପିନ୍ଧାଇଲେ ଚହର

ଖେଳ ଖବର

 ଦୁବାଇ : ଗୁରୁବାର ଖେଳାଯାଇଥିବା ଆଇପିଏଲ୍ ମ୍ୟାଚ୍‌ ଶେଷ ପରେ ଷ୍ଟାଡିୟମ ଗ୍ୟାଲେରିରେ ପ୍ରେମିକା ଜୟା ଭରଦ୍ବାଜଙ୍କୁ ମୁଦି ପିନ୍ଧଇଛନ୍ତି ଦୀପକ ଚହର। ଚେନ୍ନାଇ ଦ୍ରୁତ ବୋଲର ଦୀପକ ଚହର ମ୍ୟାଚ୍ ସରିବା ମାତ୍ରେ ଷ୍ଟାଡିୟମରେ ନିଜ ସୁନ୍ଦରୀ ପ୍ରେମିକା ଜୟାଙ୍କୁ ବିବାହ ପ୍ରସ୍ତାବ ଦେଇ ସମସ୍ତଙ୍କୁ ଚକିତ କରିଦେଇଥିଲେ। ଏହି ଦୃଶ୍ୟ ଆଜି ଚର୍ଚ୍ଚାର ବିଷୟ ଥିଲା। ପଞ୍ଜାବ କିଙ୍ଗ୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ ମଧ୍ୟରେ 

ମ୍ୟାଚ୍ ସରିବା କ୍ଷଣି ହିଁ ଦୀପକ ଷ୍ଟାଡିୟମ୍ରେ ମ୍ୟାଚ୍ ଦେଖୁଥିବା ନିଜ ପ୍ରେମିକା ନିକଟକୁ ଆସି ତାଙ୍କ ସମ୍ମୁଖରେ ଆଣ୍ଠେଇ ପଡ଼ି ବିବାହ ପ୍ରସ୍ତାବ ଦେଇଥିଲେ। ପ୍ରେମିକା ଜୟା ତାଙ୍କ ପ୍ରସ୍ତାବରେ ସମ୍ମତି ଜଣାଇବା ପରେ ତୁରନ୍ତ ସେ ତାଙ୍କୁ ମୁଦି ପିନ୍ଧାଇଥିଲେ। ଏହା ଦେଖି ଷ୍ଟାଡିୟମରେ ଥିବା ଦର୍ଶକ ଏବଂ ସାଥୀ ଖେଳାଳିମାନେ ତାଳି ମାରି ଉଭୟଙ୍କୁ ଉଜ୍ଜ୍ବଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ। ଜୟାଙ୍କୁ ଦୀପକ ବିବାହ ପ୍ରସ୍ତାବ ଦେବାର ଭିଡିଓ ପଦାକୁ ଆସିବା କ୍ଷଣକ ଭିତରେ ଭାଇରାଲ ହୋଇଯାଇଥିଲା। ଦୀପକ ବି ନିଜ ସାମାଜିକ ଗଣମାଧ୍ୟମରେ ଏହି ବିଶେଷ ମୁହୂର୍ତ୍ତର ଭଡିଓ ଓ ଫଟୋକୁ ପୋଷ୍ଟ କରିଥିଲେ। ଦୀପକଙ୍କ ପ୍ରେମିକା ଜୟା ହେଉଛନ୍ତି ଅଭିନେତା, ମଡେଲ ଓ ଚର୍ଚ୍ଚିତ ରିଅଲିଟି ସୋ’ ‘ବିଗ୍ ବସ୍’ର ଅନ୍ୟତମ ପ୍ରତିଯୋଗୀ ସିଦ୍ଧାର୍ଥ ଭରଦ୍ବାଜଙ୍କ ଭଉଣୀ। ସଂପ୍ରତି ଜୟା ଏକ ବହୁରାଷ୍ଟ୍ରୀୟ କଂପାନିରେ ଉଚ୍ଚ ପଦସ୍ଥ ଅଧିକାରୀ ଭାବେ କାର୍ୟ୍ୟ କରୁଛନ୍ତି। ସେପଟେ ଦୀପକଙ୍କ ଉଭଣୀ ମାଲତି ଚହର ମଧ୍ୟ ହେଉଛନ୍ତି ଜଣେ ଅଭିନେତ୍ରୀ।

Powered by Froala Editor