ଲଖିମ୍‌ପୁର ହିଂସାକାଣ୍ଡ, ଗିରଫ ହୋଇ ପାରନ୍ତି ଆଶିଷ ମିଶ୍ର!

ଲଖିମ୍‌ପୁର ହିଂସାକାଣ୍ଡ, ଗିରଫ ହୋଇ ପାରନ୍ତି ଆଶିଷ ମିଶ୍ର!

ଜାତୀୟ ଖବର

ଲକ୍ଷ୍ନୌ: ବହୁଚର୍ଚ୍ଚିତ ଲଖିମପୁର ଖେରୀ ହିଂସାକାଣ୍ଡ ଘଟଣା କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ଆଜି ଜେରା ଚାଲଛି। ଆଜି ଦିନ ୧୧ଟା ସମୟରେ ଆଶିଷ ହାଜର ହେବେ ବୋଲି ପୂର୍ବରୁ ସଲିସିଟର ଜେନେରାଲ ହରିଶ ସାଲ୍ବେ ସୁପ୍ରିମକୋର୍ଟରେ ଜଣାଇଥିଲେ । ଯାହାକୁ ଦୃଷ୍ଟିରେ ରଖି ପୁଲିସ ଆଶିଷ ମିଶ୍ରଙ୍କୁ ପୁନର୍ବାର ସମନ ଜାରି କରିଥିଲା । ଆଜି ତାଙ୍କୁ ପୁଲିସ ଗିରଫ କରିପାରେ ବୋଲି ଅନୁମାନ କରାଯାଇଛି।

ଆଶିଷ ମିଶ୍ର ଗତ ୮ ତାରିଖ ଦିନ ଜେରା ପାଇଁ ହାଜର ହେବାର ଥିଲା । ମାତ୍ର ଧାର୍ୟ୍ୟ ସମୟରେ ସେଠାରେ ପହଞ୍ଚି ନଥିଲେ । ଯାହାକୁ ନେଇ ଉତ୍ତରପ୍ରଦେଶ ସରକାର ଉପରେ ଖପ୍ପା ହୋଇଥିଲେ ସୁପ୍ରିମକୋର୍ଟ । ଏପରିକି ପୋଲିସର କାର୍ୟ୍ୟକାରିତା ଉପରେ ମଧ୍ୟ ପ୍ରଶ୍ନ ଉଠିଥିଲା ।ସୂଚନା ଥାଉକି, ଗତ ଅକ୍ଟୋବର ୩ ତାରିଖ ଦିନ ଘଟିଥିବା ଅଭାବନୀୟ ଘଟଣା ପରେ ପୁଣି ଭୀଷଣ ହିଂସାକାଣ୍ଡ ସୃଷ୍ଟି ହୋଇଥିଲା । ଯେଉଁଥିରେ ୩ ଜଣ କୃଷକଙ୍କ ସମେତ ଜଣେ ସାମ୍ବାଦିକ, ତିନି ବିଜେପି କାର୍ୟ୍ୟକର୍ତ୍ତା ଏବଂ ମନ୍ତ୍ରୀଙ୍କ ଡ୍ରାଇଭରର ମଧ୍ୟ ମୃତ୍ୟୁ ଘଟିଥିଲା । ଏହି ମାମଲାରେ ଅକ୍ଟୋବର ୪ ତାରିଖ ଦିନ ଜଣେ କୃଷକଙ୍କ ଅଭିଯୋଗ ପରେ ଅଜୟ ମିଶ୍ର ତେନିଙ୍କ ପୁଅ ଆଶିଷ ମିଶ୍ରଙ୍କ ବିରୋଧରେ ଆଇପିସିର ଧାରା ୩୦୨, ୩୦୪ ସମେତ ଅନେକ ସାଙ୍ଘାତିକ ମାମଲା ଆଧାରରେ ମାମଲା ରୁଜୁ ହୋଇଥିଲା ।ଦିନକୁ ଦିନ ଏହି ଘଟଣା ଉଗ୍ର ରୂପ ନେଉଥିବାର ଦେଖି ସୁପ୍ରିମକୋର୍ଟ ରାଜ୍ୟ ସରକାର ଉପରେ ଭୀଷଣ ବର୍ଷିଥିଲେ । ଯାହାପରେ ୭ ତାରିଖ ଦିନ ପୋଲିସ ମନ୍ତ୍ରୀଙ୍କ ପୁଅକୁ ସମନ ଜାରି କରିଥିଲା । ହେଲେ ଶୁକ୍ରବାର ଦିନ ପୋଲିସ ଅପେକ୍ଷାରତ ଥିଲେ ହେଁ ଅଭିଯୁକ୍ତ ଆଶିଷ ପୋଲିସ ନିକଟରେ ହାଜର ହୋଇନଥିଲେ ।ହେଲେ ଆଜି ଆଶିଷ ମିଶ୍ର ଜେରା ପାଇଁ ପୋଲିସ ସାମ୍ନାରେ ଉପସ୍ଥିତ ହୋଇଛନ୍ତି ।


Powered by Froala Editor