ଖରିଫ ଧାନ ସଂଗ୍ରହ ନେଇ ପ୍ରଧାନମନ୍ତ୍ରୀଙ୍କୁ ନବୀନଙ୍କ ଚିଠି

ଖରିଫ ଧାନ ସଂଗ୍ରହ ନେଇ ପ୍ରଧାନମନ୍ତ୍ରୀଙ୍କୁ ନବୀନଙ୍କ ଚିଠି

ରାଜ୍ୟ ଖବର

ଭୁବନେଶ୍ୱର: ଖରିଫ ଧାନ ସଂଗ୍ରହ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୂର୍ବରୁ କେନ୍ଦ୍ର ବଳକା ଚାଉଳ ଉଠାଇନଥିବା ବେଳେ ଏବେ ଖରିଫ ଋତୁ ଧାନକୁ କିପରି ସୂଚାରୁ ରୂପେ କେନ୍ଦ୍ର ନେବ ସେନେଇ ଚିଠିରେ ଉଲ୍ଲେଖ ରହିଛି। ଖରିଫ ଋତରେ ୫୨ ଲକ୍ଷ ମେଚ୍ରିକ ଟନ୍ ଚାଉଳ ସଂଗ୍ରହ ନେଇ ଆକଳନ କରିଛି ରାଜ୍ୟ।

ପ୍ରତି ବର୍ଷ ରାଜ୍ୟକୁ ୨୪ ଲକ୍ଷ ଚାଉଳ ଟନ ଧାନର ଆବଶ୍ୟକତା ରହିଥିବାବେଳେ ଓଡିଶା ଉତ୍ପାଦନ କରୁଛି ୫୨ ଲକ୍ଷ ମେଟ୍ରିକ ଟନ୍  । ତେବେ ବଳକା ଚାଉଳକୁ କେନ୍ଦ୍ର ସଠିକ ସମୟରେ ଓଡ଼ିଶାରୁ ଉଠାଇବା ନେଇ ମୁୁଖ୍ୟମନ୍ତ୍ରୀ ଚିଠିରେ ଅବଗତ  କରିଛନ୍ତି  ।  ପୂର୍ବରୁ କେନ୍ଦ୍ର ଯେଉଁ ପ୍ରସ୍ତାବ ଦେଇଥିଲା ସେହି ଅନୁଯାୟୀ ଚାଫଳ ଉଠାଉ ନାହିଁ  । ଓଡ଼ିଶାର ଅଧିକାଂଶ ଲୋକ ଉଷୁନା ଚାଉଳ ଖାଇଥାନ୍ତି  ।

ତେଣୁ କେନ୍ଦ୍ରସରକାର ବଳକା ଚାଉଳ ଉଠାଣ ପାଇଁ ଆଗ୍ରହ ପ୍ରକାଶ କରନ୍ତୁ  । ଯଦ୍ୱାରା ଓଡ଼ିଶାର ଚାଷୀ କୂଳ ଲାଭଭାନ ହେବେ  । ନଚେତ ଚାଷୀକୂଳ ପୁଣି ଥରେ ଖରିଫ ରତୁ ଧାନ ବିକ୍ରୟରେ ଅସୁବିଧାର ସମ୍ମୁଖୀନ ହେବେ  । କୋଭିଡ ମହାମାରୀ ସମୟରେ ପ୍ରାୟ ୧୦ ଲକ୍ଷ ଚାଷୀ ଏହଦ୍ୱାରା ପ୍ରଭାବିତ ହୋଇଛନ୍ତି  ।


Powered by Froala Editor