ଅମିତ ଖାରେ ପ୍ରଧାନମନ୍ତ୍ରୀଙ୍କ ନୂଆ ପରାମର୍ଶଦାତା ନିଯୁକ୍ତ

ଅମିତ ଖାରେ ପ୍ରଧାନମନ୍ତ୍ରୀଙ୍କ ନୂଆ ପରାମର୍ଶଦାତା ନିଯୁକ୍ତ

ଜାତୀୟ ଖବର

ନୁଆଦିଲ୍ଲୀ: ଉଚ୍ଚଶିକ୍ଷା ସଚିବ ଭାବରେ ଗତ ମାସରେ ଅବସର ନେଇଥିବା ପୂର୍ବତନ ଆଇଏଏସ୍ ଅମିତ ଖାରେଙ୍କୁ ଦୁଇ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶଦାତା ଭାବରେ ନିଯୁକ୍ତ କରାଯାଇଛି ବୋଲି ମଙ୍ଗଳବାର ଦିନ ଏକ କର୍ମଚାରୀ ମନ୍ତ୍ରଣାଳୟର ନିର୍ଦ୍ଦେଶରେ କୁହାଯାଇଛି। ୧୯୮୫ ବ୍ୟାଚ୍ (ଅବସରପ୍ରାପ୍ତ) ଅଫିସର ଝାଡଖଣ୍ଡ କ୍ୟାଡରର ଆଇଏସ୍ ଅଧିକାରୀ ଶ୍ରୀ ଖାରେ ସେପ୍ଟେମ୍ବର ୩୦ ରେ ନିଜର କାର୍ୟ୍ୟକାଳ ପୂରଣ କରିଥିଲେ।


ଚୁକ୍ତି ଆଧାରରେ ଭାରତ ସରକାରଙ୍କ ସଚିବ ପଦରେ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟରେ ପରାମର୍ଶଦାତା ଭାବରେ ନିଯୁକ୍ତିକୁ କ୍ୟାବିନେଟର ନିଯୁକ୍ତି କମିଟି ଅନୁମୋଦନ କରିଛି। ସେ ଡିସେମ୍ବର ୨୦୧୯ ରେ ଶିକ୍ଷା ମନ୍ତ୍ରଣାଳୟ (ଉଚ୍ଚଶିକ୍ଷା ବିଭାଗ) ର ସଚିବ ଦାୟିତ୍ୱ ଗ୍ରହଣ କରିଥିଲେ। ତାଙ୍କ ଅଧୀନରେ ଜାତୀୟ ଶିକ୍ଷା ନୀତି ୨୦୨୦ କୁ ୨୯ ଜୁଲାଇ ୨୦୨୦ ରେ କ୍ୟାବିନେଟ୍ ଅନୁମୋଦନ କରିଥିଲା।

Powered by Froala Editor