ସାଇକଲ୍‌ରୁ ଟାଣି ଦଳିଦେଲା ହାତୀ, କକା-ପୁତୁରା ମୃତ

ସାଇକଲ୍‌ରୁ ଟାଣି ଦଳିଦେଲା ହାତୀ, କକା-ପୁତୁରା ମୃତ

ରାଜ୍ୟ ଖବର

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ରେଢ଼ାଖୋଲ ରେଞ୍ଜ୍ ଖୋଲଗଡ଼ ସଂରକ୍ଷିତ ଜଙ୍ଗଲରେ ଘଟିଛି ଏହି ଅଭାବନୀୟ ଘଟଣା। ହାତୀ ଆକ୍ରମଣରେ କକା-ପୁତୁରାଙ୍କ ମ୍ୟତୁ୍ୟ ହୋଇଛି। କକା ଓ ପୁତୁରା ରେଢ଼ାଖୋଲ-ନାକ୍‌ଟିଦେଉଳ ରାସ୍ତାରେ ଯାଉଥିବା ବେଳେ ହାତୀଟି ସାଇକେଲ୍‌ରୁ ଉଭୟଙ୍କୁ ଟାଣି ଦଳି ଦେଇଛି। ମୃତକ ଦ୍ବୟ ରେଢ଼ାଖୋଲ ଏନ୍‌ଏସିର ଡିମିରିକୁଦର ଗାଁର ବୋଲି ଜଣାପଡ଼ିଛି। ଖବରପାଇ ସକାଳେ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି।  ହାତୀଟି ନିକଟସ୍ଥ ଜଙ୍ଗଲରେ ଥିବା ବନ ବିଭାଗ କର୍ମଚାରୀ କହିଛନ୍ତି। ହାତୀ ରାସ୍ତା ପାର କରିବା ବେଳେ ଏହି ଘଟଣା ଘଟିଛି। ମୃତକ ଦ୍ବୟ ହେଲେ କକା ଦୁଃାଶସନ ଭୋଇ (୨୬), ପୁତୁରା ଲତିକ ଭୋଇ (୫)। ଗତକଲି ସେମାନେ ସନ୍ଧ୍ୟାରେ କୌଣସି କାମରେ ଯାଉଥିବା ବେଳେ ହାତୀ ରାସ୍ତା ପାର ହେଉଥିଲା। ଉଭୟଙ୍କୁ ଦେଖି ଆକ୍ରମଣ କରି ଦଳି ଦେଇଥିଲା। ଗତକାଲି ଉଭୟ ନ ଫେରିବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ। ଆଜି ସକାଳେ ଜଙ୍ଗଲ ପାଖରେ ସାଇକେଲ୍‌ ପଡ଼ିଥିବା ଦେଖି ଖୋଜାଖୋଜି କରିଥିଲେ। ଫଳରେ ଜଙ୍ଗଲ ଭିତରୁ ସେମାନଙ୍କ ମୃତଦେହ ଉଦ୍ଧାର ହୋଇଥିଲା। 

Powered by Froala Editor