ଗୁଳିମାଡ଼ରେ ଜଣେ ଗୁରୁତର

ଗୁଳିମାଡ଼ରେ ଜଣେ ଗୁରୁତର

ରାଜ୍ୟ ଖବର

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ବେଗୁନିଆରେ ଦଶହରାରେ ଗୁଳିକାଣ୍ଡ। ଗୁଳିମାଡ଼ରେ ବିଭୂତି ଭୂଷଣ ଜେନା ନାମକ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି, ତାଙ୍କୁ ପ୍ରଥମେ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର ଶରୀରରେ ଛାତି ତଳେ ଏକ ଗୁଳି ବାଜିଛି। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପରେ ଭୁବନେଶ୍ୱର ଏମ୍ସକୁ ପଠାଇ ଦିଆଯାଇଛି। ତେବେ ଗୁଳି ମାଡ଼ର କାରଣ ଜଣାପଡ଼ିନି।

ଗୁଳିମାଡ଼ ପାରିବାରିକ ଗଣ୍ଡଗୋଳ ଯୋଗୁ ହୋଇଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଖୋର୍ଦ୍ଧା ଏସପି ରାଜକିଶୋର ଦୋରା ମେଡିକାଲରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। ଗୁଳିମାଡ଼ କରିଥିବା ବ୍ୟକ୍ତି ପୂର୍ବତନ ସାମରିକ କର୍ମଚାରୀ ବୋଲି କୁହାଯାଉଛି, ସେ ବର୍ତ୍ତମାନ ଫେରାର ଅଛନ୍ତି!

Powered by Froala Editor