ସ୍କୁଲ୍‌ ଖୋଲିବା ପୂର୍ବରୁ ଶିକ୍ଷକମାନେ କୋଭିଡ୍ ଟିକା ନେବା ଜରୁରୀ

ସ୍କୁଲ୍‌ ଖୋଲିବା ପୂର୍ବରୁ ଶିକ୍ଷକମାନେ କୋଭିଡ୍ ଟିକା ନେବା ଜରୁରୀ

ରାଜ୍ୟ ଖବର

 ଭୁବନେଶ୍ୱର: ୨୫ ତାରିଖରୁ ଅଷ୍ଟମ ଓ ୨୧ ତାରିଖରୁ +୨ ପ୍ରଥମ ବର୍ଷ ଶ୍ରେଣୀ ପାଠପଢ଼ା ଆରମ୍ଭ ହେବ। ଏହା ପୂର୍ବରୁ ରାଜ୍ୟର ସମସ୍ତ ଜିଲ୍ଲାର ଶିକ୍ଷା ଅଧିକାରୀଙ୍କ ସହ ଗଣଶିକ୍ଷା ବିଭାଗର ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଆରମ୍ଭ ହୋଇଛି। ଭର୍ଚୁଆଲରେ ହେଉଥିବା ବୈଠକରେ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ ଅଧ୍ୟକ୍ଷତା କରୁଛନ୍ତି।

ବୈଠକରେ ପ୍ରାୟ ଅଠର ମାସ ଧରି ବନ୍ଦ ହୋଇଥିବା ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ରିମେଡିଆଲ କ୍ଲାସ କରାଯାଇ, ପାଠପଢ଼ାକୁ କିଭଳି ଭରଣା କରାଯିବ ସେ ନେଇ ଆଲୋଚନା ହେବ। ଅନଲାଇନରେ କ୍ଲାସ ହେଉଥିଲାବେଳେ ଏକାଡେମିକ କ୍ଷତିକୁ ଭରଣା କରାଯିବ ସେ ନେଇ ଆଲୋଚନା କରାଯିବ। ଆସନ୍ତାକାଲିଠାରୁ ସ୍କୁଲ ସଫେଇ ଅଭିଯାନ ଆରମ୍ଭ ନେଇ ହେବ ଆଲୋଚନା ଏବଂ ପଞ୍ଚାୟତ ସହ ମିଶି କିଭଳି ସ୍କୁଲ ସଫେଇ କରାଯିବ ସେ ନେଇ ଶିକ୍ଷା ଅଧିକାରୀ ମାନଙ୍କ ସହ ଆଲୋଚନା କରିବେ ସଚିବ। ସ୍କୁଲ ଖୋଲିବା ପୂର୍ବରୁ ସ୍କୁଲକୁ ସମ୍ପୂର୍ଣ୍ଣ ସଫା କରାଯିବା ଉପରେ ଗୁରୁତ୍ୱ ଦିଆଯିବ।ସ୍କୁଲ ଖୋଲିବା ପରେ ଗଣଶିକ୍ଷା ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗ ମନିଟରିଂ କରିବେ।

ଏଣେ ଡିଏମଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି, ସ୍କୁଲ ପିଲାଙ୍କର କଣ ସବୁ ଲକ୍ଷଣ ଅଛି କି ନାହିଁ, ଶିକ୍ଷକମାନେ କୋଭିଡ୍ ଟିକା ନେଇଛନ୍ତି କି ନାହିଁ ଅନୁଧ୍ୟାନ କରାଯିବ। ଅଭିଭାବକମାନେ ମଧ୍ୟ ତୀକ୍ଷ୍ଣ ନଜର ରଖିବେ। ସ୍କୁଲ ପିଲାଙ୍କୁ ଟୀକା ଦିଆଯାଇନାହିଁ। ଏବେ ସ୍କୁଲ ଖୋଲୁଛି। ତେଣୁ ବଡ଼ ଲୋକଙ୍କ ଠାରୁ ଛୁଆଙ୍କୁ କରୋନା ବ୍ୟାପିବାର ସମ୍ଭାବନା ଥାଏ, ତେଣୁ ସମସ୍ତେ ସଚେତନ ହେବା ଜରୁରୀ। ସ୍କୁଲର ଶିକ୍ଷକ, ଅଭିଭାବକ ସମସ୍ତେ ଟିକା ନେଇଯିବା ଜରୁରୀ। ପିଲାମାନଙ୍କ ଭିତରେ ବାରମ୍ବାର ସଚେତନତା ବଢ଼େଇବା ଆବଶ୍ୟକ।

Powered by Froala Editor