ରାଜ୍ୟରେ ବୃଦ୍ଧି ପାଇଲା ବସ୍‌ ଭଡ଼ା

ରାଜ୍ୟରେ ବୃଦ୍ଧି ପାଇଲା ବସ୍‌ ଭଡ଼ା

ରାଜ୍ୟ ଖବର

ଭୁବନେଶ୍ବର: ପେଟ୍ରୋଲ୍‌ ଓ ଡିଜେଲ ଦରରେ ଲଗାମ ଲାଗୁ ନାହିଁ। ପ୍ରତିଦିନ ୩୦ରୁ ୩୫ ପଇସା ଦର ବୃଦ୍ଧି ହୋଇଛି। ବେଲଗାମ ହୋଇଛି ତୈଳ ଦର ବୃଦ୍ଧି। ସାଧାରଣ ଲୋକଙ୍କ ଉପରେ ଏହାର ଗୁରୁତର ପ୍ରଭାବ ପକାଇଛି। କରୋନା କଟକଣା ମଧ୍ୟରେ ତୈଳ ଦର ବୃଦ୍ଧି ବୋଝ ଉପରେ କୋରଡ଼ା ମାଡ଼ ହୋଇଛି। ଏହାପଯୋଗୁଁ ଅନ୍ୟ ସାମଗ୍ରୀର ମୂଲ୍ୟ ମଧ୍ୟ ବୃଦ୍ଧି ପାଉଛି। ଏହା ମଧ୍ୟରେ ରାଜ୍ୟରେ ଚଳାଚଳ କରୁଥିବା ବସ୍‌ ଗୁଡ଼ିକର ଭଡ଼ା ମଧ୍ୟ ବଢ଼ାଇଛନ୍ତି ରାଜ୍ୟ ସରକାର। ସାଧାରଣ ବସ୍ର ଭଡ଼ା କିଲୋମିଟର ପିଛା ୮୯ରୁ ୯୨ ପଇସାକୁ ବୃଦ୍ଧି ପାଇଛି। ସେହିପରି ଡିଲକ୍ସ ବସ୍‌ର ଭଡ଼ା କିଲୋମିଟର ପିଛା ୧ଟା ୨୯ ପଇସାରୁ ୧ ୩୫ ପଇସା ପର୍ୟ୍ୟନ୍ତ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ଏସି ଡିଲେକ୍ସ ଓ ସୁପର ଡିଲକ୍ସ ବସ୍‌ ଭଡ଼ା ୨ ଟଙ୍କା ୪୪ ପଇସାରୁ ୨ ଟଙ୍କା ୫୩ ପଇସା ପର୍ୟ୍ୟନ୍ତ ବୃଦ୍ଧି ପାଇଛି। ସେହିପରି ଏକ୍ସପ୍ରେସ୍‌ ବସ୍‌ର ଭଡ଼ା ୯୩ ପଇସାରୁ ଆରମ୍ଭ କରି ୯୬ ପଇସା ପର୍ୟ୍ୟନ୍ତ ବୃଦ୍ଧି ପାଇଛି।  

Powered by Froala Editor