ଭୁବନେଶ୍ୱର: ଜିଲ୍ଲାପାଳସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର।ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାପାଳଙ୍କୁ ବଦଳି କରାଯାଇଛି। ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ପୂର୍ତ୍ତ ବିଭାଗର ଉପସଚିବ ୨୦୧୫ ବ୍ୟାଚ୍ ଆଇଏଏସ୍ ପାରୁଲ ପଟୱାରିଙ୍କୁ ଜଗତସିଂହପୁର ଜିଲ୍ଲାପାଳ ଭାବେ ବଦଳି କରାଯାଇଥିବାବେଳେ ସେଠାରେ ଥିବା ବରିଷ୍ଠ ଓଏଏସ୍ ସଂଗ୍ରାମ କୁମାର ମହାପାତ୍ରଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ ଭାବେ ବଦଳି ହୋଇଛନ୍ତି।
Powered by Froala Editor
