କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ୍ ଅଧ୍ୟକ୍ଷା ମମିତା ମେହେର ନିଖୋଜ ମାମଲାରେ ମୋଷ୍ଟ ୱାଣ୍ଟେଡ ଗୋବିନ୍ଦ ସାହୁଙ୍କୁ ଗିରଫ ପରେ ବଲାଙ୍ଗୀର ଏସପିଙ୍କ କାର୍ଯ୍ୟାଳୟରେ ଦୀର୍ଘ ଦେଢ଼ ଘଣ୍ଟା ଧରି ପଚରାଉଚରା କରାଯିବା ସହ ରିଜର୍ଭ ପୋଲିସ ବାରାକକୁ ନିଆଯାଇଛି। ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ଓ ବଲାଙ୍ଗୀର ଏସପି ନୀତିନ କୁସଲକରଙ୍କ ଉପସ୍ଥିତିରେ ପଚରାଉଚରା କରାଯାଇଥିଲା।
ରିଜର୍ଭ ପୋଲିସ ମେଡିକାଲରେ ପ୍ରାଥମିକ ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ ବାରାକରେ କଡା ସୁରକ୍ଷା ବ୍ୟବସ୍ଥା ଭିତରେ ରଖାଯାଇଛି। ଅନ୍ୟପଟେ ଗୋବିନ୍ଦଙ୍କ ଫେରାର ମାମଲାରେ ତାଙ୍କ ଭଣଜାକୁ ଅଟକ ରଖିଛି ପୋଲିସ । ଅଧିକ ତଦନ୍ତ ପାଇଁ ଗୋବିନ୍ଦଙ୍କୁ ତିନି ଦିନିଆ ରିମାଣ୍ଡରେ ଆଣିବାକୁ ଆବେଦନ କରିପାରେ ପୋଲିସ । ବଙ୍ଗୋମୁଣ୍ଡା ବ୍ଲକ ବୁଢିପଦରରୁ ଗୋବିନ୍ଦଙ୍କୁ ଗିରଫ କରିଥିଲା ପୋଲିସ । ଭଉଣୀ ଘର ପାଖରେ ଥିବା ଆଖୁ କିଆରିରେ ଲୁଚିଥିଲେ ଗୋବିନ୍ଦ। ଚଢାଉ କରି ଆଖୁବାଡିରୁ ତାଙ୍କୁ ଗିରଫ କରିଥିଲା ପୋଲିସ। ସେପଟେ ଡିଆଇଜି ଦୀପକ କୁମାର ଗୋବିନ୍ଦଙ୍କ ଗିରଫଦାରି ସଂପର୍କରେ ସୂଚନା ଦେବା ସହ ତାଙ୍କୁ ଫେରାର କରିଥିବା ସହଯୋଗୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ଗୋବିନ୍ଦଙ୍କ ସହଯୋଗୀମାନଙ୍କୁ ପୋଲିସ ଖୋଜୁଥିବା ସୂଚନା ଦେଇଛନ୍ତି ଡିଆଇଜି ।
ଗତ ରବିବାର ରାତିରେ ପୋଲିସ ହେପାଜତରୁ ଫେରାର ହୋଇଯାଇଥିଲେ ଗୋବିନ୍ଦ । ଗୋବିନ୍ଦଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିଲା ପୋଲିସ । ଗୋବିନ୍ଦଙ୍କ ସଂପର୍କରେ ସୂଚନା ଦେଲେ ଏକ ଲକ୍ଷ ଟଙ୍କା ପୁରସ୍କାର ଦେବାକୁ ମଧ୍ୟ ପୋଲିସ ଘୋଷଣା କରିଥିଲା!
Powered by Froala Editor
