ମମିତା ମେହେର ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି କଲେ ଅପରାଜିତା

ମମିତା ମେହେର ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି କଲେ ଅପରାଜିତା

ରାଜ୍ୟ ଖବର

ବଲାଙ୍ଗୀର: ବଲାଙ୍ଗୀରର ମମିତା ମେହେର ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ ଦାବି କରିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଏହି ଘଟଣାରେ ରାଜ୍ୟର ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଥିବା ଆଲୋଚନା କରାଯାଉଥିବାରୁ ସେ ଇସ୍ତଫା ଦେବା ଦରକାର। ଏବଂ ଏହି ଘଟଣାର ସିବିଆଇ ତଦନ୍ତ କରାଗଲେ ମମିତାଙ୍କୁ ପ୍ରକୃତ ନ୍ୟାୟ ମିଳିବ ବୋଲି ସେ କହିଛନ୍ତି। ପୂର୍ବ ଘଟଣାରେ ରାଜ୍ୟରେ ଏକାଧିକ ଘଟଣାରେ ପୁଲିସର ତଦନ୍ତ ପକ୍ଷପାତପୂର୍ଣ୍ଣ ଥିବାରୁ ରାଜ୍ୟବାସୀଙ୍କ ପୁଲିସ ଉପରେ ଭରସା ନାହିଁ। ତେଣୁ ଏହାର ସିବିଆଇ ତଦନ୍ତ କରାଗଲେ ପ୍ରକୃତ ତଥ୍ୟ ‌ଲୋକଲୋଚନକୁ ଆସିପାରିବ ବୋଲି ଅପରାଜିତା କହିଛନ୍ତି। ଅନ୍ୟପକ୍ଷରେ ରାଜ୍ୟ ବିଜେପି ପକ୍ଷରୁ ଅନ୍ୟଏକ ପ୍ରେସ୍‌ମିଟ୍ରେ ପାର୍ଟି ସଭାପତି ସମୀର ମହାନ୍ତି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ପୂର୍ବରୁ ଘଟିଯାଇଥିବା ବିଭିନ୍ନ ଘଟଣାରେ ସନ୍ଦେହ ଘେରକୁ ଆସିଥିବା ମନ୍ତ୍ରୀଙ୍କ ନାମକୁ ଚର୍ଚ୍ଚାକୁ ଆଣିବା ସହିତ ଏହି ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ଦାବି କରିଥିଲେ। ଆଜି ଏହି ଘଟଣାକୁ ନେଇ ସମଗ୍ର ରାଜ୍ୟରେ ବିଜେପି ଆନ୍ଦୋଳନ କରାଯାଇଛି। ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବାସିଷ୍କାର ଦାବି କରି ଭୁବନେଶ୍ବରରୁ ଆରମ୍ଭ କରି ବଲାଙ୍ଗୀର ପର୍ୟ୍ୟନ୍ତ ଆନ୍ଦୋଳନ କରାଯାଇଛି। ବିଭିନ୍ନ ସଂଗଠନ ପକ୍ଷରୁ ମଧ୍ୟ ମନ୍ତ୍ରୀଙ୍କ ବ‌କହିଷ୍କାର ସହିତ ଗିରଫ ଦାବି କରାଯାଇଛି। 

Powered by Froala Editor