ରାଧେର ଖଟତଳୁ ମିଳିଲା ମମିତାଙ୍କ ମୋବାଇଲ୍!

ରାଧେର ଖଟତଳୁ ମିଳିଲା ମମିତାଙ୍କ ମୋବାଇଲ୍!

ରାଜ୍ୟ ଖବର

ଭବାନୀପାଟଣା: ମମିତା ହତ୍ୟା ଘଟଣାରେ ରହସ୍ୟ ଲୁଚି ରହିଥିବା ମୋବାଇଲ୍‌ ଆଜି ପୁଲିସର ହସ୍ତଗତ ହୋଇଛି। ଏହି ମୋବାଇଲ୍‌ରେ କିଛି ଭିଡିଓ ରହିଥିବା ଅନୁମାନ କରାଯାଇଛି। ଯେଉଁ ଭିଡିଓ ଭାଇରାଲ୍‌ ହେବା ଭୟରେ ଗୋବିନ୍ଦ ସାହୁ ମମିତାକୁ ହତ୍ୟା କରିଥିବା କୁହାଯାଇଛି। ମୋବାଇଲ୍‌ଟି ଆଜି ଗୋବିନ୍ଦର ଅନ୍ୟତମ ସହଯୋଗୀ ରାଧେର ପତ୍ନୀ ପୁଲିସକୁ ଦେଇଛି। ଖଟତଳେ ଥିବା ଏକ ବ୍ୟାଗ୍‌ରେ ମୋବାଇଲ୍‌ ସହିତ ୩ଟି ମହିଳାଙ୍କ କପଡ଼ା ଓ ମୋବାଇଲ୍‌ ଚାର୍ଜର ଥିବା କୁହାଯାଉଛି। ରାଧେଙ୍କ ସ୍ତ୍ରୀ ଆଶା ଚଣ୍ଡୀଙ୍କ କହିବା କଥା ଉକ୍ତ ବ୍ୟାଗ୍‌ରେ ଏକ ବଡ଼ ମୋବାଇଲ୍‌ ଥିଲା। ତେବେ ଏହା ମମିତାଙ୍କ ମୋବାଇଲ୍‌ କି ନୁହେଁ ସେ ବାବଦରେ ତଦନ୍ତ ଚାଲିଛି। ଅନ୍ୟପକ୍ଷରେ ରାଧେକୁ ଏହି ଘଟଣାରେ ଫସାଇ ଦିଆଯାଇଛି ବୋଲି ରାଧେଙ୍କ ପତ୍ନୀ କହିଛନ୍ତି। 


Powered by Froala Editor