କଟକ: କଟକ ଜିଲ୍ଲା ମାହାଙ୍ଗାରେ କଂଗ୍ରେସକୁ ଆହୁରି ସଂଗଠିତ କରିବାକୁ ପ୍ରସ୍ତୁତ ହେଇଛି ଯୋଜନା । କଟକ ଜିଲ୍ଲା କଂଗ୍ରେସ କମିଟି ସଭାପତି ମାନସ ଚୌଧୁରୀଙ୍କ ନେତୃତ୍ୱରେ ମାହାଙ୍ଗାରେ ବ୍ଲକ କଂଗ୍ରେସ କାର୍ଯକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କଂଗ୍ରେସ ନେତା ଦେବେନ୍ଦ୍ର ସାହୁ, ବରିଷ୍ଠ କଂଗ୍ରେସ ନେତା ତଥା ବରିଷ୍ଠ ଆଇନଜୀବୀ ଧରିଣୀଧର ନାୟକଙ୍କ ସହ ବହୁ କଂଗ୍ରେସ ନେତା ଯୋଗ ଦେଇଥିଲେ। ଆଗାମୀ ଦିନରେ ପଂଚାୟତ ନିର୍ବାଚନ ଥିବାରୁ ବିଭିନ୍ନ କାର୍ଯ୍ୟକ୍ରମକୁ ଜୋରଦାର କରାଯିବ । ମାହାଙ୍ଗା ବ୍ଲକ କଂଗ୍ରେସ କମିଟିର କାର୍ଯ୍ୟକାରିଣୀ ବୈଠକ ପଶୁଲୁଣ୍ଡା(କୁଆଁପାଳ)ସ୍ଥିତ ବୈଷ୍ମବ ମଣ୍ଡପରେ ଅନୁଷ୍ଠିତ ହେଇଥିଲା।
Powered by Froala Editor
