୨୬ରେ ବିଜେପିର ସମ୍ବଲପୁର ବନ୍ଦ ଡାକରା

୨୬ରେ ବିଜେପିର ସମ୍ବଲପୁର ବନ୍ଦ ଡାକରା

ରାଜ୍ୟ ଖବର

ସମ୍ବଲପୁର: ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବିରେ  ବିଜେପି ପକ୍ଷରୁ ମଙ୍ଗଳବାର ସମ୍ବଲପୁର ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ଏହାସହ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କର ବହିଷ୍କାର ଦାବି ମଧ୍ୟ କରାଯାଇଛି।

ଆସନ୍ତାକାଲି ୧୨ ଘଣ୍ଟା  ପାଇଁ ସମ୍ବଲପୁର ବନ୍ଦ ପାଳନ କରାଯିବ। ଏହି ସମୟରେ ଆମ୍ବୁଲାନ୍ସ , କ୍ଷୀର ଭଳି ଅତ୍ୟାବଶ୍ୟକୀୟ ସେବାକୁ ବାଦ୍ ଦିଆଯିବ। ଏଥିସହିତ ସେଦିନ କୌଣସି ପରୀକ୍ଷା କିମ୍ବା ଆଡ଼ମିସନ୍ ଥିଲେ, ତାହାକୁ ବି ବନ୍ଦରୁ ବାଦ୍ ଦିଆଯିବ ବୋଲି ବିଜେପି ପକ୍ଷରୁ କୁହାଯାଇଛି।

ତେବେ  ବ୍ୟାବସାୟିକ ପ୍ରତିଷ୍ଠାନ ସହ ସରକାରୀ ଓ ଘରୋଇ ଅଫିସ, ବ୍ୟାଙ୍କ, ବୀମା କାର୍ୟ୍ୟାଳୟ ଓ ଗାଡ଼ି ଚଳାଚଳ ବନ୍ଦ ରହିବ ବୋଲି କହିଛି ଦଳ।

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାର ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଜେଲ୍ ପଠାଇ ଦିଆଯାଇଛି। ପୁଲିସ ରିମାଣ୍ଡ ଅବଧି ସରିବା ପରେ ଆଜି ତାକୁ ବଙ୍ଗୋମୁଣ୍ଡା ଏସ୍ଡିଜଏମ୍ କୋର୍ଟରେ ହାଜର କରିଥିଲା ପୁଲିସ। ପରେ ତାକୁ ଜେଲ ପଠାଇ ଦିଆଯାଇଛି। ଗତକାଲି ତାର ରିମାଣ୍ଡ ଅବଧି ସରିଥିଲା। ଗତକାଲି ରାତିରେ ତାକୁ ରିଜର୍ଭ ପୁଲିସରେ ରଖାଯାଇଥିବା ବେଳେ ଆଜି ସକାଳୁ ସକାଳୁ ବଙ୍ଗମୁଣ୍ଡା ଏସ୍ଡିଜଏମ୍ କୋର୍ଟରେ ହାଜର କରାଯାଇଥିଲା। ଏହାପରେ ତାକୁ କଣ୍ଟାବାଞ୍ଝି ଜେଲ୍କୁ ପଠାଇ ଦିଆଯାଇଛି।

Powered by Froala Editor