ଆଶ୍ୱସ୍ତି ପାଇଲେ ୩୭୮ ଓଏଏସ୍

ଆଶ୍ୱସ୍ତି ପାଇଲେ ୩୭୮ ଓଏଏସ୍

ରାଜ୍ୟ ଖବର

କଟକ:ମିଳିଲା ଆଶ୍ବସ୍ତି। ଚାକିରିକୁ ଉଠିଥିବା ବିବାଦ କାଟ ଖାଇଲା। ଆଶ୍ୱସ୍ତି ପାଇଛନ୍ତି ରାଜ୍ୟର ୩୭୮ ଜଣ ଓଏଏସ୍। ସେମାନଙ୍କ ନିଯୁକ୍ତିକୁ ବୈଧ ଘୋଷଣା କରିଛନ୍ତି ହାଇକୋର୍ଟ। ଏହି ରାୟ ଆସିବା ପରେ ଦୀର୍ଘ ଦିନରୁ ଚାଲି ଆସିଥିବା ବିବାଦ ତୁଟିଛି, ଅନିଶ୍ଚିତତା ଦୂର ହୋଇଛି।

ସୂଚନାଯୋଗ୍ୟ ଯେ, ୨୦୦୬ ମସିହାରେ ଏହି ୩୭୮ ଜଣ ଓଏଏସ୍‌ ଭାବେ ନିଯୁକ୍ତି ପାଇଥିଲେ। ତେବେ ସେମାନଙ୍କ ନିଯୁକ୍ତିକୁ ଚ୍ୟାଲେଞ୍ଜ କରିଥିଲେ ଚୂଡ଼ାନ୍ତ ପରୀକ୍ଷାରେ କୃତକାର୍ଯ୍ୟ ହୋଇପାରି ନଥିବା କିଛି ପ୍ରାର୍ଥୀ। ଶେଷରେ ଏ ମାମଲା ପହଂଚିଥିଲା ହାଇକୋର୍ଟରେ। ହାଇକୋର୍ଟ ଏ ମାମଲାର ଶୁଣାଣି କରି ୩୭୮ ଜଣ ଓଏଏସଙ୍କ ବୈଧ ଘୋଷଣା କରିଛନ୍ତି ହାଇକୋର୍ଟ।

Powered by Froala Editor