ନୂଆଦିଲ୍ଲୀ: ସୁପ୍ରିମକୋର୍ଟରୁ କେନ୍ଦ୍ର ସରକାରଙ୍କୁ ବଡ଼ ଝଟକା । କେନ୍ଦ୍ରର ଯୁକ୍ତିକୁ ପ୍ରତ୍ୟାଖ୍ୟାନ କରିବା ସହ ପେଗାସସ ମାମଲାର ତଦନ୍ତ ନିଦେ୍ର୍ଧଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏହି ମାମଲାର ତଦନ୍ତ ପାଇଁ ଏକ କମିଟି ଗଠନ କରିଛନ୍ତି ସୁପ୍ରିମକୋର୍ଟ । ୮ ସପ୍ତାହରେ ତଦନ୍ତ ରିପୋର୍ଟ ଦାଖଲ କରିବେ କମିଟି । ଏହି ରାୟ ଆସିବା ପରେ କଂଗ୍ରେସ ପେଗାସସ ମାମଲାରେ କେନ୍ଦ୍ର ସରକାର ଉପରେ ବର୍ଷିଛି ।
ସୁପ୍ରିମକୋର୍ଟ ଏହି ମାମଲାରେ ତଦନ୍ତ ପାଇଁ ଗଢ଼ିଥିବା କମିଟିର ଅଧ୍ୟକ୍ଷ ରହିବେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଆର୍.ଭି.ରବୀନ୍ଦ୍ରନ । ଏହି ତଦନ୍ତ କମିଟିରେ ୩ ଜଣ ସଦସ୍ୟ ଅଛନ୍ତି। କମିଟିରେ ଆଇପିଏସ୍ ଆଲୋକ ଯୋଶୀ ଓ ସନ୍ଦୀପ ଓବରଇ ଅଛନ୍ତି। ଏହି କମିଟି ରାଇଟ ଟୁ ପ୍ରାଇଭେସି ଉଲ୍ଲଙ୍ଘନ ଅଭିଯୋଗର ତଦନ୍ତ କରିବ।
ଆଜି ଏହି ମାମଲା ଶୁଣାଣି ବେଳେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିଛନ୍ତି। ପ୍ରଧାନ ବିଚାରପତି ଏନ ଭି ରମାନା ଏବଂ ଜଷ୍ଟିସ ସୂର୍ୟ୍ୟ କାନ୍ତ ଏବଂ ହିମା କୋହଲିଙ୍କୁ ନେଇ ଗଠିତ ଏକ ବେଞ୍ଚ କହିଛନ୍ତି, ଗୋପନୀୟତା ଅଧିକାରର ଉଲ୍ଲଂଘନକୁ ଯାଞ୍ଚ କରାଯିବା ଆବଶ୍ୟକ। ସୁପ୍ରିମକୋର୍ଟ କହିଛନ୍ତି, କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ନାହିଁ। ଗୋନୀୟତା ଉଲ୍ଲଂଘନ ଉପରେ ତଦନ୍ତା ହେବା ଜରୁରୀ। ସିଜେଇଆ ଏନ୍ଭି ରମନ୍ନା କହିଛନ୍ତି, ଆମେ ଲୋକମାନଙ୍କୁ ସେମାନଙ୍କର ମୌଳିକ ଅଧିକାରର ଉଲ୍ଲଂଘନରୁ ରକ୍ଷା କରିବା ପାଇଁ କେବେ ବି ପଛଘୁଞ୍ଚା ଦେଇନାହୁଁ। ଗୋପନୀୟତା କେବଳ ସାମ୍ବାଦିକ ଏବଂ ରାଜନେତାଙ୍କ ପାଇଁ ନୁହେଁ, ଏହା ସାଧାରଣ ଲୋକଙ୍କ ମଧ୍ୟ ଅଧିକାର। ଗଣତନ୍ତ୍ରର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ହୋଇଥିବା ସାମ୍ବାଦିକ ସ୍ୱାଧୀନତା ଗୁରୁତ୍ୱପୂର୍ଣ୍ଣ ହୋଇଥିବାବେଳେ ସାମ୍ବାଦିକଙ୍କ ଉତ୍ସର ସୁରକ୍ଷା ମଧ୍ୟ ଗୁରୁତ୍ୱପୂର୍ଣ୍ଣ।
Powered by Froala Editor
