ମୁମ୍ବାଇ: ସମୀର ୱାଙ୍ଖଡ଼େଙ୍କ ଜଣେ ଦାଢ଼ିବାଲା ବନ୍ଧୁ ଅଛନ୍ତି। ସେ ତାଙ୍କ ଗାର୍ଲଫ୍ରେଣ୍ଡ ସହିତ ହେସି ରାତିରେ କ୍ରୁଜ୍ ଡ୍ରଗ୍ସ ପାର୍ଟିରେ ଥିଲେ। ଏମିତି ପ୍ରଶ୍ନ କରି ଆଉ ଟିକ ଏନ୍ସିବି ଅଧିକାରୀ ସମୀରଙ୍କୁ ଅଡ଼ୁଆରେ ପକାଇଛନ୍ତି ମହାରାଷ୍ଟ୍ରର ଏନ୍ସିପି ନେତା ନୱାବ୍ ମଲିକ। ଏହାର ଯାଞ୍ଚ ହେବା ଦରକାର ବୋଲି ସେ କହିଛନ୍ତି।
ଏକ ସାମ୍ବାଦିକ ସମ୍ମଳିନୀ କରି ଆଜି ନୱାବ ଏହି ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି କ୍ରୁଜ ପାର୍ଟିରେ ଚଢ଼ାଉ ଦିନ ଜଣେ ଅନ୍ତରାଷ୍ଟ୍ରୀୟ ଡ୍ରଗ୍ସ ମାଫିଆ ମଧ୍ୟ ଉପସ୍ଥିତ ଥିଲା। ସେ ଦାଢ଼ିବାଲା କିଏ? ବୋଲି ସେ ସମୀରଙ୍କୁ ପ୍ରଶ୍ନ ପଚାରିଛନ୍ତି। ଏନ୍ସିବି ତାଙ୍କ ଉପରେ ଧ୍ୟାନ ଦେବା ଉଚିତ। ଉକ୍ତ ଦାଢ଼ି ବାଲା ଏବଂ ସମୀରଙ୍କ ମଧ୍ୟରେ କିଛି ସମ୍ପର୍କ ରହିଛି। କ୍ରୁଜରୁ ସମସ୍ତ ସିସିଟିଭି ଫୁଟେଜ ବାହାର କର, ସବୁକିଛି ଜଣା ପଡିବ। ଦିଲ୍ଲୀରୁ ଆସୁଥିବା ଏଜେନ୍ସି ଏଥିପ୍ରତି ଧ୍ୟାନ ଦେବା ଉଚିତ୍। ଆମ ପାଖରେ ଅନେକ ଭିଡିଓ ଅଛି।
ଡ୍ରଗ୍ସ ମାଫିଆଙ୍କୁ ଛାଡି ଉକ୍ତ ପାର୍ଟିରେ ଅନ୍ୟ ଲୋକଙ୍କୁ ଧରାଯାଇଛି। ଆଇନ ହିଁ ସମୀରଙ୍କୁ ଜେଲକୁ ପଠାଇବ। ନକଲି ଜାତି ପ୍ରମାଣପତ୍ର ତିଆରି କରି ସମୀର ଆଇଆରଏସ ହୋଇଗଲେ ଏବଂ ଜଣେ ଦଳିତଙ୍କ ଅଧିକାର ଛଡ଼ାଇ ନେଲେ ବୋଲି ଏନ୍ସିପି ନେତା କହିଛନ୍ତି।
ଆର୍ୟ୍ୟନ୍ ଖାନ୍ ଡ୍ରଗ୍ସ ମାମଲାରେ ଲଗାତାର ନୱାବ ମଲିକଙ୍କୁ ଘେରୁଛନ୍ତି। ଟ୍ୱିଟ୍ ଏବଂ ସମ୍ବାଦିକ ସମ୍ମିଳନୀ ଜରିଆରେ ତାଙ୍କୁ ଟାର୍ଗେଟ କରୁଛନ୍ତି। ଏହାକୁ ନେଇ ଗତକାଲି ସମୀର ୱାଙ୍ଖଡେଙ୍କ ପତ୍ନୀ କ୍ରାନ୍ତୀ ରାଡେକର ମଧ୍ୟ ସାମ୍ନାକୁ ଆସି ତାଙ୍କୁ ଜବାବ ଦେଇଥିଲେ। ସେ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ମିଥ୍ୟା ବୋଲି ସେ କହିଛନ୍ତି।
Powered by Froala Editor
