ଆର୍ୟନଙ୍କୁ ଜାମିନ

ଆର୍ୟନଙ୍କୁ ଜାମିନ

ଜାତୀୟ ଖବର

ମୁମ୍ବାଇ:ଲମ୍ବା ପ୍ରତୀକ୍ଷାର ଅନ୍ତ ଘଟିଛି ବଲିଉଡ ବାଦଶାହ ଶାହରୁଖ ଖାନଙ୍କ ପରିବାର ପାଇଁ। ତାରିଖ ପରେ ତାରିଖ ଘୁଞ୍ଚିବା ପରେ ଶେଷରେ  ଶାହାରୁଖଙ୍କ ପୁଅ ଆର୍ୟନ ଖାନଙ୍କୁ ମିଳିଛି ଜାମିନ୍ । ଏହି ମାମଲାର ଶୁଣାଣି କରି ବମ୍ବେ ହାଇକୋର୍ଟ ଆର୍ୟନ ଜାମିନ୍ ପ୍ରଦାନ କରିଛନ୍ତି । ତେବେ ଆଜି ସେ ଜେଲରେ ରାତି କାଟିବେ । ଚୂଡାନ୍ତ ରାୟ କପି ଆସିବା ପରେ ଆସନ୍ତାକାଲି କିମ୍ବା ଶନିବାର ସେ ଜେଲରୁ ମୁକୁଳିବେ । ଆର୍ୟନଙ୍କ ସହ ଗିରଫ ହେଇଥିବା ଅନ୍ୟ ଦୁଇ ବନ୍ଧୁ ଅରବାଜ ମରଚାଣ୍ଟ ଓ ମୁନମୁନଙ୍କୁ ଜାମିନ ମିଳିଛି। ଆର୍ୟନଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗି କେ୍ସ ଲଢୁଥିଲେ। କ୍ରୁଜ ଡ୍ରଗ୍ସ ମାମଲାରେ ଗତ ଦୁଇ ତାରିଖରେ ଏନସିବି ଚଢ଼ାଉ କରିଥିଲା। ଏହି ମାମଲାରେ ଆର୍ୟନଙ୍କୁ ଏନସିବି ଗିରଫ କରିଥିଲା। ରିମାଣ୍ଡ ଅବଧି ସରିବା ପରେ ସେ ଜେଲରେ ଅଛନ୍ତି।

Powered by Froala Editor