ବିଜେପି ଛାଡି ବିଜେଡିରେ ମିଶିଲେ ବିଶ୍ୱ

ବିଜେପି ଛାଡି ବିଜେଡିରେ ମିଶିଲେ ବିଶ୍ୱ

ରାଜନୀତି

ଭୁବନେଶ୍ବର:ହାତକୁ ଛାଡି ପଦ୍ମ ଧରିଥଲେ। ଏବେ ପଦ୍ମ ଛାଡି ଶଙ୍ଖ ଫୁଙ୍କିଛନ୍ତି ବରୀର ଟାଣୁଆ ଯୁବ ନେତା ବିଶ୍ୱ ମଲ୍ଲିକ। ନିଜ ସମର୍ଥକ ଓ କର୍ମୀଙ୍କ ସହ ବିଜେଡିରେ ମିଶିଛନ୍ତି।

 ଗତ ନିର୍ବାଚନରେ ବରୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ବିଶ୍ବରଞ୍ଜନ ମଲ୍ଲିକ ଆଜି ଦିନ ୧୧ଟାରେ ଯୁବ ବିଜେଡି କାର୍ୟ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ସେ ବିଜେଡିରେ ସାମିଲ ହେଲେ।

ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଜିଲ୍ଲା ପର୍ୟ୍ୟବେକ୍ଷକ, ଦଳର ବରିଷ୍ଠ ନେତା, ବରୀ ବିଧାୟକ, ଧର୍ମଶାଳା ବିଧାୟକଙ୍କ ଉପସ୍ଥିତିରେ ବିଶ୍ବ ବିଜେଡି ପରିବାରରରେ ସାମିଲ ହୋଇଛନ୍ତି। ବରୀର ବିକାଶ ଓ ନବୀନ ବାବୁଙ୍କ ବିକାଶ ଧାରାକୁ ଆଗେଇ ନେବାକୁ ସେ ବିଜେଡିରେ ସାମିଲ ହୋଇଥିବା କହିଛନ୍ତି।

ଗତ ୨୦ ତାରିଖରେ ଗତ ବିଧାନସଭା ନିର୍ବାଚନରେ ବରୀ ଆସନରୁ ବିଜେପି ପ୍ରାର୍ଥୀ ହୋଇଥିବା ବିଶ୍ବରଞ୍ଜନ ମଲ୍ଲିକଙ୍କ ସମେତ ବରୀ ବ୍ଲକ ଅଧ୍ୟକ୍ଷା ସୁବାସିନୀ ଶର୍ମା, ବରୀ ବ୍ଲକ ଉପାଧ୍ୟକ୍ଷ ରମେଶ ଭଞ୍ଜ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ତାଙ୍କ ସହ ବରୀ ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜିତ ସାମଲ ମଧ୍ୟ ଇସ୍ତଫା ଦେଇଥିଲେ ବିଶ୍ଵରଞ୍ଜନଙ୍କ ସହ ବରୀ ବ୍ଲକର ଚ୍ୟାୟାରମ୍ୟାନ, ଭାଇସ ଚ୍ୟାୟାରମ୍ୟାନ,ଜିଲାପରିଷଦ, ୩୫ରୁ ଉର୍ଦ୍ଧ୍ବ ସରପଞ୍ଚ- ସମିତି ସଭ୍ୟ ଏବଂ ଶତାଧୀକ କର୍ମୀଙ୍କ ସହ ବିଶ୍ବରଞ୍ଜନ ବିଜେଡିରେ ମିଶିଛନ୍ତି। ପୂର୍ବରୁ ଧର୍ମଶାଳାର ବିଜେପି ବିଧାୟକ ପ୍ରାର୍ଥୀ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି ।

Powered by Froala Editor