ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୫ ଦିନିଆ ୟୁରୋପ ଗସ୍ତର ଆଜି ଦ୍ୱିତୀୟ ଦିନ। ଆଜି ପ୍ରଧାନମନ୍ତ୍ରୀ ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋ ଏବଂ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ହୋସେନ ଲଙ୍ଗଙ୍କ ସହ ଭେଟି ଆଲୋଚନା କରିବାର କାର୍ୟ୍ୟକ୍ରମ ରହିଛି। ଏହାସହ ପ୍ରଧାନମନ୍ତ୍ରୀ ମୋଦି ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବାର କାର୍ୟ୍ୟକ୍ରମ ରହିଛି। ଦୁଇ ରାଷ୍ଟ୍ରନେତାଙ୍କ ମଧ୍ୟରେ ହେବାକୁ ଥିବା ଏହି ଆଲୋଚନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। ଅଷ୍ଟ୍ରେଲିଆ, ବ୍ରିଟେନ ଏବଂ ଆମେରିକା ‘ଅକସ’ ଗଠନ କରିବା ପରେ ଭାରତ ଏବଂ ଫ୍ରାନ୍ସ ରାଷ୍ଟ୍ର ମୁଖ୍ୟଙ୍କ ମଧ୍ୟରେ ଏହା ପ୍ରଥମ ସିଧାସଳଖ ଆଲୋଚନା ।
ସୂଚନା ଅନୁସାରେ ଦିନ ୧୧ଟା ୩୫ରେ ଭାଟିକାନ ଗସ୍ତରେ ବାହାରିବେ ପ୍ରଧାନମନ୍ତ୍ରୀ।। ଦିନ ୧୨ଟାରେ ପୋପ ଫ୍ରାନ୍ସିକୋଙ୍କ ଆଲୋଚନା କରିବେ।
ଏହାପରେ ଭାଟିକାନର ସେକ୍ରେଟାରି ଅଫ ଷ୍ଟେଟଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନାରା କାର୍ୟ୍ୟକ୍ରମ ରହିଛି। ସେହିପରି ଅପରାହ୍ମ ୩ଟା ୧୫ରୁ ୫ଟା ୩୦ ପର୍ୟ୍ୟନ୍ତ ‘ବିଶ୍ୱ ଅର୍ଥନୀତି ଏବଂ ବିଶ୍ୱ ସ୍ୱାସ୍ଥ୍ୟ’ ଶୀର୍ଷକ ଜି-୨୦ ଶିଖର ସମ୍ମିଳନୀର ପ୍ରଥମ ଅଧିବେଶନରେ ଯୋଗ ଦେବେ । ଏହାପରେ ୫ଟା ୩୫ରୁ ସଂଧ୍ୟା ୬ଟା ପର୍ୟ୍ୟନ୍ତ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସହ ଆଲୋଚନା କରିବାର କାର୍ୟ୍ୟକୟମ ରହିଛି ।
Powered by Froala Editor
