ନୂଆଦିଲ୍ଲୀ – ଭାରତ ସରକାର ନୀତି ଆୟୋଗର ପୁର୍ନଗଠିତ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନ୍ୟାସନାଲ ଇନଷ୍ଟିଚ୍ୟୁସନ ଫର ଟ୍ରାନ୍ସଫର୍ମିଂ ଇଣ୍ଡିଆ (ନୀତି) ଆୟୋଗର ପୁନର୍ଗଠନକୁ ମଞ୍ଜୁରି ଦେଇଛନ୍ତି । ଏହାର ଅଧ୍ୟକ୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରହିଥିବା ବେଳେ ଜଣେ ଉପାଧ୍ୟକ୍ଷ , ୩ ଜଣ ପୂର୍ଣ୍ଣ କାଳୀନ ସଦସ୍ୟ , ୪ ଜଣ ପଦାଧିକାରୀ ସଦସ୍ୟ ଏବଂ ୫ ଜଣ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ରହିଛନ୍ତି । ୧. ଅଧ୍ୟକ୍ଷ ପ୍ରଧାନମନ୍ତ୍ରୀ ୨. ଉପାଧ୍ୟକ୍ଷ ଡ. ରାଜୀବ କୁମାର ୩. ପୂର୍ଣ୍ଣକାଳୀନ ସଦସ୍ୟ (କ) ଶ୍ରୀ ଭି.କେ. ସାରସ୍ୱତ (ଖ) ପ୍ରଫେସର ରମେଶ ଚାନ୍ଦ (ଗ) ଡ. ଭିକେ ପଲ୍ ୪. ପଦାଧିକାରୀ ସଦସ୍ୟ (କ) ଶ୍ରୀ ରାଜନାଥ ସିଂ, ପ୍ରତିରକ୍ଷା ମନ୍ତ୍ରୀ (ଖ) ଶ୍ରୀ ଅମିତ ଶାହ, ସ୍ୱରାଷ୍ଟ୍ର ମନ୍ତ୍ରୀ (ଗ) ଶ୍ରୀମତୀ ନିର୍ମଳା ସୀତାରମଣ, ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ (ଘ) ଶ୍ରୀ ନରେନ୍ଦ୍ର ସିଂ ତୋମାର, କୃଷି ଏବଂ କୃଷକ କଲ୍ୟାଣ; ଗ୍ରାମୀଣ ବିକାଶ; ପଂଚାୟତିରାଜ ମନ୍ତ୍ରୀ ୫. ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ (କ) ଶ୍ରୀ ନୀତୀନ ଜୟରାମ ଗଡ଼କରୀ, ସଡ଼କ ପରିବହନ ଏବଂ ରାଜପଥ; ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ (ଖ) ଶ୍ରୀ ଥୱର ଚନ୍ଦ ଗେହଲଟ, ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ (ଗ) ଶ୍ରୀ ପୀୟୂଷ ଗୋଏଲ, ରେଳବାଇ, ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ (ଘ) ଶ୍ରୀ ରାଓ ଇନ୍ଦରଜିତ ସିଂ, ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱତ) ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ଏବଂ ଯୋଜନା ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ)
