ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଗିରଫ

ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଗିରଫ

ଜାତୀୟ ଖବର

ମହାରାଷ୍ଟ୍ର: ମହାରାଷ୍ଟ୍ର ପୂର୍ବତନ ଗୃହମନ୍ତ୍ରୀ ତଥା ଏନସିପି ନେତା ଅନୀଲ ଦେଶମୁଖଙ୍କୁ ଗିରଫ କରିଛି ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ ବିଭାଗ।  ବଟି ଆଦାୟ ମାମଲା ଓ ମନି ଲଣ୍ଡରିଂ ନେଇ ଅନିଲ ବିରୋଧରେ ପର୍ୟ୍ୟାପ୍ତ ପ୍ରମାଣ ରହିଥିବାରୁ ତାଙ୍କୁ ଇଡି ଗିରଫ କରିଛି।  ୧୨ ଘଣ୍ଟା ଧରି  ମାରାଥନ ଜେରା ପରେ  ତାଙ୍କୁ ଗିରଫ କରାଯାଇଛି ବୋଲି ସୂଚନା ମିଳିଛି। ଆଜି ମେଡିକାଲ ଟେଷ୍ଟ ପରେ  ଅନିଲଙ୍କୁ କୋର୍ଟରେ ହାଜର କରାଯିବ।

ମଙ୍ଗଳବାର ଅର୍ଥାତ ଆଜି ସକାଳେ ଦେଶମୁଖଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରାଯିବ। ଦେଶମୁଖଙ୍କୁ ଜେଲରେ ରଖିବା ପାଇଁ ଏଜେନ୍ସି କୋର୍ଟରୁ ଅନୁମତି ମାଗିବ। 

ସୂଚନା ଅନୁସାରେ ସୋମବାର ରାତି ପ୍ରାୟ ୧୧.୪୦ ସମୟରେ ଦେଶମୁଖ ଦକ୍ଷିଣ ମୁମ୍ବାଇର ବଲାର୍ଡ ଇଷ୍ଟେଟରେ ଇଡି କାର୍ୟ୍ୟାଳୟରେ ପହଞ୍ଚିଥିଲେ। ଏହା ପରେ ଇଡିର   ସହକାରୀ ନିର୍ଦ୍ଦେଶକ ତାସିନ ସୁଲତାନ ଏବଂ ତାଙ୍କ ଟିମ୍ ଦେଶମୁଖଙ୍କୁ ଲଗାତାର ଜେରା କରାଯାଇଥିଲା। 

 

Powered by Froala Editor