ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ନୂଆ କୋଚ୍ ଦାୟିତ୍ବ ଏବେ ମିଷ୍ଟର ୱାଲ୍ଙ୍କ କାନ୍ଧରେ। ବର୍ତ୍ତମାନ ଚାଲିଥିବା ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍ ସରିବା ପରେ ରବି ଶାନ୍ତ୍ରୀଙ୍କ ଦାୟିତ୍ବ ଶେଷ ହେବ। ତାଙ୍କ ସ୍ଥାନରେ ଗୁରୁ ଦାୟିତ୍ୱ ବହନ କରିବେ ଟିମ ଇଣ୍ଡିଆର ପୂର୍ବତନ ସଙ୍କଟମୋଚକ ଦ୍ରାବିଡ଼। କ୍ରିକେଟରେ ଦ୍ରାବିଡ଼ଙ୍କ କ୍ୟାରିଅର ବେଶ ଲମ୍ବା। ଦ୍ରାବିଡ଼ ୧୬୪ଟି ଟେଷ୍ଟ ଖେଳିଥିବା ବେଳେ ୩୪୪ଟି ୱାନଡେ ଖେଳିଛନ୍ତି।
୧୯୯୬ରୁ ୨୦୧୨ ମଧ୍ୟରେ ଦ୍ରାବିଡ଼ ଉଭୟ ଫର୍ମାଟ ଖେଳି ତାଙ୍କ କ୍ୟାରିଅରରେ ୧୦,୦୦୦ ରନ୍ର ମାଇଲଖୁଣ୍ଟ ଛିଡ଼ା କରିଛନ୍ତି। ଦ୍ରାବିଡ଼ ପୂର୍ବରୁ ୧୯ ବର୍ଷରୁ କମ୍ ଭାରତୀୟ ଟିମ୍ର ଦାୟିତ୍ୱ ନେଇସାରିଛନ୍ତି । ତେଣୁ ସେହି ଅଭିଜ୍ଞତାକୁ ପୁଞ୍ଜି କରି ଦ୍ରାବିଡ଼ ଆଗକୁ ବଢ଼ିବେ। ନୂଆ ଦାୟିତ୍ୱ ପାଇ ମୁଁ ଉତ୍ସାହିତ ଏବଂ ଏହାକୁ ଠିକ୍ଭାବେ ନିଭାଇବା ପାଇଁ ଚେଷ୍ଟା କରିବି ବୋଲି ବୋଲି ସେ କହିଛନ୍ତି। ଦ୍ରାବିଡ଼ କହିଛନ୍ତି ଛନ୍ତି ଯେ, ରବିଶାସ୍ତ୍ରୀଙ୍କ ଅଧୀନରେ ଟିମ୍ ଇଣ୍ଡିଆ ଭଲ ପ୍ରଦର୍ଶନ କରୁଛି। ଆଉ ସେଇ ସଫଳତାକୁ ମୁଁ ଆହୁରି ଆଗେଇ ନେବି ବୋଲି ଦ୍ରାବିଡ଼ ନିଜ ଉପରେ ଭରାସା ରଖିଛନ୍ତି। ଅଣ୍ଡର ୧୯ରେ ଦାୟିତ୍ୱରେ ଥିବା ବେଳେ ଅଭିଜ୍ଞତାକୁ ମନେ ପକାଇ ସେମାନେ ମଧ୍ୟ ଭରପୂର ଉତ୍ସାହର ସହ ଅଗ୍ରଗତି କରୁଛନ୍ତଚବୋଲି ଦ୍ରାବିଡ଼ କହିଛନ୍ତି ।
ବିସିସିଆଇ ସମ୍ପାଦକ ଜୟ ଶାହ କହିଛନ୍ତି ଯେ, ରିବ ଶାସନ୍ତ୍ରୀଙ୍କ ପରେ ସେଇ ପଦ ପାଇଁ ଦ୍ରାବିଡ଼ ହିଁ ସବୁଠୁ ଯୋଗ୍ୟତମ। ଆଗକୁ ବିଶ୍ୱକପ୍ ଥିବାରୁ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଜୟ ଶାହ କହିଛନ୍ତି। ଗତକାଲି ରାହୁଲ ଦ୍ରାବିଡ଼ଙ୍କୁ ଭାରତୀୟ ଦଳର କୋଚ ଭାବେ ନିଯୁକ୍ତି ମିଲିଛି। ଆସନ୍ତା ନ୍ୟୁଜିଲାଣ୍ଡ ସିରିଜ୍ରୁ ସେ ଦାୟିତ୍ୱ ଗ୍ରହଣ କରିବେ।
ଏ ସମ୍ପର୍କରେ ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଛି ।ବର୍ତ୍ତମାନର ମୁଖ୍ୟ କୋଚ ରବି ଶାସ୍ତ୍ରୀଙ୍କ କାର୍ୟ୍ୟକାଳ ଆସନ୍ତା ନଭେମ୍ବର ମାସରେ ଶେଷ ହେବ ।
Powered by Froala Editor
