କେନ୍ଦ୍ର ପରେ ରାଜ୍ୟ ଟିକସ କମାଇଲା, ପେଟ୍ରୋଲ ଆଠ ଟଙ୍କା ଖସିଲା

କେନ୍ଦ୍ର ପରେ ରାଜ୍ୟ ଟିକସ କମାଇଲା, ପେଟ୍ରୋଲ ଆଠ ଟଙ୍କା ଖସିଲା

ରାଜ୍ୟ ଖବର

ଭୁବନେଶ୍ୱର: କେନ୍ଦ୍ର ପରେ ରାଜ୍ୟ ସରକାରଙ୍କ ଚେତା ପଶିଛି। ଦରବୃଦ୍ଧିରେ ଲୋକେ ଛଟପଟ ହେଉଥିବାବେଳେ ପେଟ୍ରୋଲ, ଡିଜେଲ ଉପରୁ ଟିକସ ସାମାନ୍ୟ କମାଇଛନ୍ତି ଉଭୟ ସରକାର। ବୁଧବାର କେନ୍ଦ୍ର ଶୁଳ୍କ ହ୍ରାସ କରିବାରୁ ପେଟ୍ରୋଲ ପାଞ୍ଚ ଟଙ୍କା ହ୍ରାସ ପାଇଥିବାବେଳେ ରାଜ୍ୟ ସରକାର ଏବେ ପେଟ୍ରୋଲ, ଡିଜେଲ ଉପରୁ ଭାଟ ସାମାନ୍ୟ ହ୍ରାସ କରିଛନ୍ତି। ଓଡିଶା ସରକାର ରାଜ୍ୟବାସୀଙ୍କୁ ଦୀପାବଳି ଭେଟି ଦେଇଛନ୍ତି । ତେଲରୁ ୩ ଟଙ୍କା ଭାଟ ହ୍ରାସ କରିଛି ରାଜ୍ୟ । ପେଟ୍ରୋଲ ଓ ଡିଜେଲରୁ ତିନି ଟଙ୍କା ଭାଟ ହ୍ରାସ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଭାଟ ହ୍ରାସ ଆଜି ମଧ୍ୟ ରାତ୍ରିରୁ ରାଜ୍ୟରେ ଲାଗୁ ହୋଇଛି। ଏହି ଭାଟ ହ୍ରସ ଯୋଗୁଁ ରାଜ୍ୟରେ ୨୦୦୦କୋଟି ଟଙ୍କା କ୍ଷତି ହେବ ବୋଲି ସୂଚନା ମିଳିଛି ।  

ଗତ କିଛି ଦିନ ତଳେ ତେଲ ଦର ହୁ ହୁ ହୋଇ ବଢି ଚାଲୁଥିଲା । ଏହାର ପ୍ରଭାବ ବଜାରର ସମସ୍ତ ଜିନିଷ ଉପରେ ପଡୁଥିଲା । ଏଥିରେ ଖାଉଟିମାନେ ସିଧାସଳଖ ପ୍ରଭାବିତ ହୋଇଥିଲେ । ତେବେ କେନ୍ଦ୍ର ସରକାର ପେଟ୍ରୋଲ ଲିଟର ପିଛା ୫ଟଙ୍କା ହ୍ରାସ କରିଥିବା ବେଳେ ଡିଜେଲ ଲିଟର ପିଛା ୧୦ଟଙ୍କା ହ୍ରାସ କରିଥିଲେ । ଏବେ ରାଜ୍ୟ ସରକାର ଭାଟ କମାଇବାରୁ ପେଟ୍ରୋଲ ଦର ପ୍ରାୟ ଆଠ ଟଙ୍କା କମିଛି। ହେଲେ ଦର ଏବେ ବି ଶହେ ଟଙ୍କା ଉପରେ ରହିଛି।

Powered by Froala Editor