ବିହାରରେ ମଦ ପିଇ ଚବିଶ ଜଣଙ୍କ ମୃତ୍ୟୁ

ବିହାରରେ ମଦ ପିଇ ଚବିଶ ଜଣଙ୍କ ମୃତ୍ୟୁ

ଜାତୀୟ ଖବର

ପାଟନା:ବିହାରରେ ମଦକୁ ବ୍ୟାନ କରାଯାଇଥିବାବେଳେ ଗତ ଦୁଇ ଦିନ ଭିତରେ ରାଜ୍ୟର ଦୁଇଟି ଜିଲ୍ଲାରେ ମଦ ପିଇ ଚବିଶ ଜଣଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ବିହାରର ଗୋପାଳଗଞ୍ଜ ଓ ପଶ୍ଚିମ ଚମ୍ପାରନ ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଚମ୍ପାରନ ଜିଲ୍ଲାରେ ଗତ ଗୁରୁବାର ୮ଜଣ ଲୋକ ପ୍ରାଣ ହରାଇଥିବାବେଳେ ଗୋପାଳଜଞ୍ଜ ଜିଲ୍ଲାରେ ୧୬ଜଣ ପ୍ରାଣ ହରାଇଛନ୍ତି। ଏହା ସହିତ ଆଉ ୬ଜଣ ମୃତକଙ୍କ ବିଷୟରେ ଜିଲ୍ଲା ଅଧିକାରୀ ସୂଚନା ଦେଇଛନ୍ତି । 

ସରକାରୀ ରିପୋର୍ଟ ଅନୁସାରେ ମୃତ୍ୟୁର କାରଣ ଏଯାଏଁ ଜଣାପଡିନି। ତେବେ ଏନେଇ ଆରଜେଡି ଦଳର ନେତା ତେଜସ୍ବୀ ଯାଦବ ବିହାରର ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ବିନା ଶବ ବ୍ୟବଛେଦରେ ମୃତକଙ୍କ ଶରୀର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଉଥିବାରୁ ସରକାର କଣ ଲୁଚାଉଛନ୍ତି ଓ ମଦ ମୃତ୍ୟୁ ପାଇଁ ଦାୟୀ କିଏ ବୋଲି ସେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ।

Powered by Froala Editor