ପଦ୍ମ ସମ୍ମାନରେ ସମ୍ମାନିତ କଲେ ରାଷ୍ଟ୍ରପତି

ପଦ୍ମ ସମ୍ମାନରେ ସମ୍ମାନିତ କଲେ ରାଷ୍ଟ୍ରପତି

ଜାତୀୟ ଖବର

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାର ବିଭିନ୍ନ ରାଜ୍ୟର ପଦ୍ମ ପୁରସ୍କାର ବିଜେତାଙ୍କୁ କରିଛନ୍ତି ସମ୍ମାନିତ । ଏହି ସମାରୋହରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ ଏବଂ ସୁଷମା ସ୍ବରାଜଙ୍କୁ ମରଣୋପରାନ୍ତ ପଦ୍ମଭୂଷଣରେ ସମ୍ମାନିତ କରାଯାଇଛି। ଏହାସହିତ ବ୍ୟାଡମିଣ୍ଟନ ଖେଳାଳୀ ପିଭି ସିନ୍ଧୁଙ୍କୁ ପଦ୍ମ ଭୂଷଣ ଏବଂ ଚଳଚ୍ଚିତ୍ର ଜଗତରେ ବଲିଉଡ଼ ଅଭିନେତ୍ରୀ କଙ୍ଗନା ରଣାୱତ ଏବଂ ଗାୟକ ଅଦନାନ୍ ସାମିଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି ।
ରାଷ୍ଟ୍ରପତି ଭବନର ଐତିହାସିକ ଦରୱାର ହଲ୍‌ରେ ଏହି ଭବ୍ୟ ସମାରୋହର ଆୟୋଜନ କରାଯାଇଥିଲା। ବିଭିନ୍ନ କ୍ଷେତ୍ରରେ ସର୍ବୋତ୍କୃଷ୍ଟ କାମ କରିଥିବା ପ୍ରାୟ ୧୪୧ ଲୋକଙ୍କୁ ୨୦୨୦ ବର୍ଷ ପାଇଁ ସମ୍ମାନିତ କରାଯାଇଥିବା ବେଳେ ୧୧୯ ଲୋକଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯାଇଛି । ଅଲମ୍ପିଆନ ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁଙ୍କୁ ପଦ୍ମଭୂଷଣ ସମ୍ମାନ ମିଳିଥିବା ବେଳେ ପ୍ରଖ୍ୟାତ ଶାସ୍ତ୍ରୀୟ ଗାୟକ ପଣ୍ଡିତ ଛନ୍ନୁଲାଲ ମିଶ୍ରାଙ୍କୁ ୨୦୨୦ ବର୍ଷ ପାଇଁ ପଦ୍ମ ବିଭୂଷଣରେ ସମ୍ମାନିତ କରାଯାଇଛି ।
ପୂର୍ବ କେନ୍ଦ୍ରୀୟ ମନ୍ତ୍ରୀ ଅରୁଣ ଜେଟଲୀ ଓ ସୁଷମା ସ୍ବରାଜଙ୍କୁ ମରଣୋପରାନ୍ତ ପଦ୍ମ ବିଭୂଷଣରେ କରାଯାଇଛି ସମ୍ମାନିତ । ଅରୁଣ ଜେଟଲୀଙ୍କ ପତ୍ନୀ ସଂଗୀତା ଜେଟଲୀ ଓ ସୁଷମା ସ୍ବରାଜଙ୍କ ଝିଅ ବାଂସୁରୀ ସ୍ବରାଜଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ସମାରୋହରେ ଉପସ୍ଥିତ ଥିଲେ । ୨୦୨୦ରେ କୋରୋନା ମହାମାରୀ ପାଇଁ ଏହି ଭବ୍ୟ ସମାରୋହର ଆୟୋଜନ କରାଯାଇପାରିନଥିଲା । ଏଣୁ ଚଳିତ ବର୍ଷ ୨ ବର୍ଷର ପଦ୍ମ ବିଜେତାଙ୍କୁ ଏକା ସମୟରେ ମିଳିଛି ପୁରସ୍କାର ।
୨୦୨୦ ବର୍ଷ ପାଇଁ ବିହାରର ପୂର୍ବ କେନ୍ଦ୍ରୀୟ ମନ୍ତ୍ରୀ ଜର୍ଜ ଫର୍ଣ୍ଣାଣ୍ଡିଜ, ଅରୁଣ ଜେଟଲୀ, ସୁଷମା ସ୍ବରାଜ, ମରିସସର ପୂର୍ବ ରାଷ୍ଟ୍ରପତି ତଥା ପ୍ରଧାନମନ୍ତ୍ରୀ ଅନିରୁଦ୍ଧ ଜଗନ୍ନାଥଙ୍କୁ ମରୋଣପରାନ୍ତ ପଦ୍ମ ବିଭୂଷଣ ସମ୍ମାନ ପ୍ରଦାନ କରାଯାଇଛି । ତେବେ ପଦ୍ମ ପୁରସ୍କାର ତାଲିକାରେ କଳା ପାଇଁ ଉତ୍ତରପ୍ରଦେଶର ପଣ୍ଡିତ ଛନ୍ନୁଲାଲ ମିଶ୍ରା, ଖେଳ ପାଇଁ ମଣିପୁରର ମେରି କମ୍‌ ଓ କର୍ଣ୍ଣାଟକର ଉଡୁପି ସ୍ଥିତ ପେଜାୱର ମଠର ଶ୍ରୀ ବିଶ୍ବଶତୀର୍ଥ ସ୍ବାମୀଙ୍କୁ ଆଧ୍ୟାତ୍ମିକତା ପାଇଁ ମିଳିବ ସମ୍ମାନ ।

Powered by Froala Editor