ସ୍ବାମୀଙ୍କ ମାଡ଼ରେ ପୁନମ୍‌ ପାଣ୍ଡେ ଅହତ

ସ୍ବାମୀଙ୍କ ମାଡ଼ରେ ପୁନମ୍‌ ପାଣ୍ଡେ ଅହତ

ଜାତୀୟ ଖବର

ମୁମ୍ବାଇ: ବିବାହକୁ ନେଇ ସର୍ବଦା ଚର୍ଚ୍ଚାରେ ରହୁଥିବା ପୁନମ ପାଣ୍ଡେ ତାଙ୍କ ସ୍ବାମୀଙ୍କ ମାଡ଼ରେ ଆହତ ହୋଇ ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି। ମାରପିଟ ଅଭିଯୋଗରେ ସ୍ବାମୀ ସାମ୍ ବମ୍ବେ ଗିରଫ ହୋଇଛନ୍ତି। ପୁନମ ତାଙ୍କ ସ୍ୱାମୀଙ୍କ ଉପରେ ମାରପିଟ କରିଥିବା ଅଭିଯୋଗ ଆଣିବା ପରେ, ସୋମବାର ସନ୍ଧ୍ୟାରେ ପୁଲିସ୍ ତାଙ୍କୁ ଗିରଫ କରିଛି । ପୁନମଙ୍କ ମୁଣ୍ଡ, ମୁହଁ ତଥା ଆଖିରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ତେବେ ଏହା ପ୍ରଥମ ଥର ନୁହେଁ  ପୁନମ ସାମଙ୍କ ଉପରେ ପୂର୍ବରୁ ମଧ୍ୟ ମାରପିଟ ଅଭିଯୋଗ ଆଣିଥିଲେ। ବିବାହର କିଛି ଦିନ ପରେ ପୁନମ ସ୍ୱାମୀ ସାମ ଓ ଶାଶୂ-ଶ୍ୱଶୁରଙ୍କ ନାଁରେ ଉପରେ ଗୋଆର କାନାକୋନା ଥାନାରେ ଏଫ୍ଆଇଆର୍ ଦେଇଥିଲେ। ସେମାନେ ତାଙ୍କୁ ଦୁର୍ବ୍ୟବହାର କରିବା ସହିତ ମାର୍ପିଟ୍ କରିଥିବା ତଥା ମାରି ଦେବାକୁ ଧମକ ଦେଇଥିବା ନେଇ ସେ ଅଭିଯୋଗ କରିଥିଲେ। ଏହା ପରେ ପୁଲିସ୍ ମାମଲା ରୁଜୁ କରି  ସାମ୍ ଅହମଦ ବମ୍ବେଙ୍କୁ ଗିରଫ କରିଥିଲା। କିନ୍ତୁ ପରଦିନ ସେ ଜାମିନ ପାଇଯାଇଥିଲେ। ପୁନମ  ଗୋଆରେ ସୁଟିଂ କରୁଥିବା ବେଳେ ଏହି ଘଟଣା ଘଟିଥିଲା।

ପୁନମ ଓ ସାମ୍ ଗତ ବର୍ଷ ସେପ୍ଟେମ୍ବରରେ ବିବାହ କରିଥିଲେ । ଏହାପରେ ଗୋଆକୁ ହନିମୁନ୍ ପାଇଁ ଯାଇଥିବା ବେଳେ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଥିଲା କଳହ। ପୁନମ ସେତେବେଳେ କହିଥିଲେ ଯେ,ସେ ଏହି ବିବାହକୁ ଶେଷ କରିବାକୁ ଚାହୁଁଛନ୍ତି। ହେଲେ ଏହାପରେ ଉଭୟଙ୍କ ସମ୍ପର୍କରେ ସୁଧାର ଆସିଥିଲା ଓ ଉଭୟ  ଏକତ୍ର ରହୁଥିଲେ। କିନ୍ତୁ  ବର୍ତ୍ତମାନ ପୁନମ ପୁଣିଥରେ ସାମଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଛନ୍ତି ।

Powered by Froala Editor