ଆତ୍ମସମର୍ପଣ କଲେ ରକ୍ତ ଚରିତ୍ର ଗ୍ୟାଙ୍କର ୨ ସଦସ୍ୟ

ଆତ୍ମସମର୍ପଣ କଲେ ରକ୍ତ ଚରିତ୍ର ଗ୍ୟାଙ୍କର ୨ ସଦସ୍ୟ

ରାଜ୍ୟ ଖବର

ଭୁବନେଶ୍ବର : ରାଜଧାନୀରେ ରକ୍ତ ଚରିତ୍ର ଗ୍ୟାଙ୍ଗ ଆତଙ୍କ। ଗ୍ୟାଙ୍ଗର ଦୁଇ ସଦସ୍ୟ ଚେଙ୍ଗା ଓ ସନିଆ ଆତ୍ମସମର୍ପଣ କରିଛନ୍ତି। ଗତକାଲି ଚେଙ୍ଗା ଘରେ ଚଢାଉ କରିଥିଲା ପୋଲିସ।

ଖୋର୍ଦ୍ଧା ଝଊଔଗ  କୋର୍ଟରେ ଆତ୍ମସମର୍ପଣ କଲେ ଫେରାର ଦୁଇ ଅଭିଯୁକ୍ତ ଚେଙ୍ଗା ଓ ସନିଆ। ଦୁଇ ଅଭିଯୁକ୍ତ ହେଉଛନ୍ତି ଚେଙ୍ଗା ଓରଫ ରାଜେଶ ବେହେରା ଏବଂ ସନିଆ ଓରଫ - ସନାତନ ବେହେରା। ଜାମିନ ଖାରଜ ହେବାରୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ଗଲେ ଦୁଇ ଅଭିଯୁକ୍ତ। ଏହି ଘଟଣାରେ ପୂର୍ବରୁ ୭ ଜଣ ଗିରଫ ହୋଇଥିଲେ। ଗତକାଲି ଚେଙ୍ଗା ଘରେ ଚଢାଉ କରିଥିଲା ପୋଲିସ ଏବଂ ଘର ଭାଙ୍ଗି ମାରଣାସ୍ତ୍ର ଜବତ କରିଥିଲା। ତେବେ ଏହି ଘଟଣାରେ ମୋଟ ୨୯ ଜଣଙ୍କ ନାମରେ ମାମଲା ରୁଜୁ କରିଥିବା ଡିସିପି ଭୁବନେଶ୍ବର କହିଛନ୍ତି।ସୂଚନାଥାଉକି ରାଜଧାନୀର ରକ୍ତ ଚରିତ୍ର ଗ୍ୟାଙ୍ଗର ସଦସ୍ୟ ମାନେ ଉତ୍ପାତ ଚଳାଇଥିଲେ । ବିଭିନ୍ନ ଅପରାଧ ପ୍ରବଣ ଭିଡିଓ କରି ସୋସିଆଲ ମିଡିଆରେ ଭାଇରାଲ କରୁଥିଲେ ଏବଂ ନିଜକୁ ଡନ ବା ଗୁଣ୍ଡା ଭାବରେ ପ୍ରତିପାଦିତ କରୁଥିଲେ। ତେବେ ଏ ଭଳି ଗ୍ୟାଙ୍ଗ ପାଖରେ ପୋଲିସ ପହଞ୍ଚି ଚଳାଇଛି ତଦନ୍ତ ଏବଂ ସମସ୍ତ ଅଭିଯୁକ୍ତକୁ ଗିରଫ କରିବା ତଦନ୍ତ ଜାରୀ ରଖିଛି । ତେବେ ଯୁବ ସମାଜକୁ ଏ ଭଳି କାର୍ୟ୍ୟରୁ ଦୂରେଇ ରହିବା ପାଇଁ ଡିସିପି ସୂଚନା ଦେଇଛନ୍ତି ।


Powered by Froala Editor