ଭୁବନେଶ୍ୱର: ଉତ୍ତରାଞ୍ଚଳର ଡିଆଇଜି ରାଜନୈତିକ ଦଳର ଭାଷା କହୁଛନ୍ତି। ମମିତା ହତ୍ୟା ମାମଲାରେ ଦୋଷୀକୁ ସୁରକ୍ଷା ଦେଉଛନ୍ତି ଡିଆଇଜି। ଦୋଷୀକୁ ଯିଏ ସୁରକ୍ଷା ଦିଏ, ସେ ଆଇନ ଆଗରେ ଦୋଷୀ। ତଦନ୍ତ ସରିନଥିବାବେଳେ ମଝିରେ ଆସି କହିବା, କେସକୁ ଚାପ ପକାଇବା ସହ ସମାନ। ତଦନ୍ତକାରୀ ଅଧିକାରୀଙ୍କ ଉପରେ ଚାପ ପକାଇବାକୁ ପ୍ରେସମିଟ୍ ଡାକିଥିଲେ ଡିଆଇଜି। ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ କ୍ଲିନଚିଟ୍ ଦେବାକୁ ଚେଷ୍ଟା କରାଯାଇଛି। ଡିଆଇଜି କିପରି ପ୍ରେସମିଟ୍ କରି ମନ୍ତ୍ରୀଙ୍କୁ କ୍ଲିନଚିଟ୍ ଦେଇଦେଲେ ବୋଲି ପ୍ରଶ୍ନ ଉଠାଇଛନ୍ତି ବିଜେପି ରାଜ୍ୟ ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର।
ସେ କହିଛନ୍ତି, ପୋଲିସ ଜାଣି ଶୁଣି ପ୍ରଭାବଶାଳୀ ଲୋକଙ୍କୁ ଘଣ୍ଟ ଘୋଡ଼ାଉଛି। ମମିତାଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରାଗଲା, ତାଙ୍କୁ ନ୍ୟାୟ ମିଳିଲାନି। ମମିତାଙ୍କ ପରିବାର ଲୋକ ଏଫଆଇଆର ଦେବାକୁ ୩ଟି ଥାନା ବୁଲିଲେ। କାହିଁକି ପୋଲିସ ଏଫଆଇଆର ରଖିଲାନି, ତା'ର ଉତ୍ତର ଦିଆଗଲାନି।
Powered by Froala Editor
