ଭୁବନେଶ୍ୱର: କରୋନା ସଂକ୍ରମଣ ହ୍ରାସ ପାଇବା ଫଳରେ ସ୍ବାଭାବିକ ହେଉଛି ଦେଲ। ଧିରେ ଧିରେ ଶିକ୍ଷା ବ୍ୟବସ୍ଥା ମଧ୍ୟ ସୁଧାରିବାରେ ଲାଗିଛି। ପୂର୍ବରୁ ଅଷ୍ଠମରୁ ଦଶମ ଶ୍ରେଣୀ ପର୍ୟ୍ୟନ୍ତ କ୍ଲାସ ଖୋଲିଥିବା ବେଳେ ଆଜିଠୁ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲା ସ୍କୁଲ୍ ଯାଇଛନ୍ତି।
ସକାଳ ସାଢେ ୯ଟାରେ କ୍ଲାସ୍ ଆରମ୍ଭ ହୋଇଛି। କରୋନା କଟକଣା ଭିତରେ ଖୋଲୁଛି ସ୍କୁଲ । ପ୍ରାୟ ଦେଢ଼ ବର୍ଷ ପରେ ସ୍କୁଲ ଯିବାର ସୁଯୋଗ ମିଳିଛି, ତେଣୁ ଛାତ୍ରଛାତ୍ରୀ ବେଶ୍ ଉତ୍ସାହିତ ଅଛନ୍ତି। ହେଲେ ପିଲାମାନେ ଚାହିଁଲେ ଅନଲାଇନ୍ ଓ ଅଫଲାଇନ୍ କ୍ଲାସ୍ କରିପାରିବେ ବୋଲି ଶିକ୍ଷା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ସେପଟେ କୋଭିଡ୍ ମୁକ୍ତ ପାଠପଢ଼ା ଲାଗି ସ୍କୁଲରେ ବ୍ୟାପକ ପ୍ରସ୍ତୁତି କରାଯାଇଛି ।
ହାତ ଧୋଇବାକୁ ପାଣିର ବ୍ୟବସ୍ଥା ହୋଇଛି । ସାନିଟାଇଜର ବି ରଖାଯାଇଛି । କୋଭିଡ୍ ଯୋଗୁ ପିଲାଙ୍କ ପାଠପଢ଼ା ବ୍ୟାଘାତ ହୋଇଛି। ଅନଲାଇନ୍ କ୍ଲାସ୍ ସେତେଟା ପ୍ରଭାବି ହୋଇପାରିନି । ଏବେ ସ୍ଥିତିରେ ସୁଧାର ଆସିଥିବାରୁ ଅଫଲାଇନ୍ ପାଠପଢ଼ା ଆରମ୍ଭ କରାଯାଇଛି ।
ପ୍ରତିଦିନ ସାନିଟାଇଜ୍ ହେଉଛି ସ୍କୁଲ କ୍ୟାମ୍ପସ୍ । ତେଣୁ ଷଷ୍ଠ ଓ ସପ୍ତମ ଶ୍ରେଣୀ ଖୋଲିବାରେ କୌଣସି ସମସ୍ୟା ହେବନି ବୋଲି ଆଶା କରାଯାଉଛି । କୋଭିଡ୍ ଆତଙ୍କ କମୁଥିବାରୁ ଧୀରେ ଧୀରେ ଖୋଲୁଛି ସ୍କୁଲ ଏବଂ ପିଲାଙ୍କ ପାଠପଢା ସ୍ୱାଭାବିକ ହେଉଛି ।
ଆଜିଠୁ ଷଷ୍ଠ, ସପ୍ତମ ଖୋଲିଥିବା ବେଳେ ଏବେ ଷଷ୍ଠରୁ ଦଶମ ପର୍ୟ୍ୟନ୍ତ ପିଲାଙ୍କର ଅଫ୍ଲାଇନ୍ରେ ପାଠପଢ଼ା ଆରମ୍ଭ ହୋଇଯାଇଛି। ଅବଶିଷ୍ଟ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ୟ୍ୟନ୍ତ ପିଲାଙ୍କ କ୍ଲାସ୍ ଖୋଲିନି। ତେଣୁ ପରବର୍ତ୍ତୀ ସମୟରେ ଉକ୍ତ ଶ୍ରେଣୀ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାସ।
Powered by Froala Editor
