ଦିଲ୍ଲୀ ସରକାର କେବଳ ବିଜ୍ଞାପନରେ ଟଙ୍କା ଖର୍ଚ୍ଚ କରୁଛନ୍ତି: ସୁପ୍ରିମ୍‌ କୋର୍ଟ

ଦିଲ୍ଲୀ ସରକାର କେବଳ ବିଜ୍ଞାପନରେ ଟଙ୍କା ଖର୍ଚ୍ଚ କରୁଛନ୍ତି: ସୁପ୍ରିମ୍‌ କୋର୍ଟ

ଜାତୀୟ ଖବର

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଭୟଙ୍କର ପ୍ରଦୂଷଣକୁ ନେଇ ‌ଦିଲ୍ଲୀ ସରକାରଙ୍କୁ କଡ଼ା ଭାଷାରେ ବର୍ଷିଛନ୍ତି ସୁପ୍ରିମ୍‌ କୋର୍ଟ। ପ୍ରଦୂଷଣ ରୋକିବାକୁ ଦିଲ୍ଲୀ ସରକାର କ’ଣ କରିଛନ୍ତି ବୋଲି ସୁପ୍ରିମ୍‌ କୋର୍ଟ ପ୍ରଶ୍ନ କରିଛନ୍ତି। କେବଳ ସରକାର ବିଜ୍ଞାପନରେ ଟଙ୍କା ଖର୍ଚ୍ଚ କରିଛନ୍ତି। ହେଲେ ପ୍ରଦୂଷଣ ରୋକିବାକୁ କ’ଣ କରିଛନ୍ତି କୁହନ୍ତୁ। ମିଳୁଥିବା ରାଜସ୍ବରେ ସରକାର ଯେଉଁ ବିଜ୍ଞାପନ ଖର୍ଚ୍ଚ କରୁଛନ୍ତି ତାର ଅଡିଟ୍‌ କରିବାକୁ ବାଧ୍ୟ ନକରାନ୍ତୁ ବୋଲି ସୁପ୍ରିମ୍‌ କୋର୍ଟ କଡ଼ା ଭାଷାରେ କହିଛନ୍ତି। ସେହିପରି ବାରମ୍ବାର ଏମ୍‌ସିଡିକୁ ଦାୟୀ କରିବା ଦିଲ୍ଲୀ ସରକାର ଛାଡ଼ନ୍ତୁ ବୋଲି କହିଛନ୍ତି। ରାସ୍ତା ସଫା କରିବାରେ ସରକାର କଣ କରିଛନ୍ତି କୁହନ୍ତୁ। ଆଶା ଅନୁଯାୟୀ ଦିଲ୍ଲୀ ସରକାର କାମ କରି ନାହାନ୍ତି। ପ୍ରଦୂଷଣକୁ ନେଇ ସୁପ୍ରିମ୍‌ କୋର୍ଟରେ ହେଉଥିବା ଶୁଣାଣିରେ ଏପରି ଅସନ୍ତୋଷ ପ୍ରକାଶ କରିଛନ୍ତି ବିଚାରପତି। ସରକାର ଯେଉଁ ୬୯ ଡଷ୍ଟ କଣ୍ଟ୍ରୋଲ୍‌ ମେସିନ୍‌ କିଣିଛନ୍ତି ତାହା କ’ଣ ପର୍ୟ୍ୟାପ୍ତ ବୋଲି ସୁପ୍ରିମ୍‌ କୋର୍ଟ ପ୍ରଶ୍ନ କରିଛନ୍ତି। ସେହିପରି ପରାଲି ଜଳାଇବାକୁ ନେଇ କୃଷକଙ୍କ ଉପରେ ଦୋଷାରୋପ କରିବା ଛାଡ଼ନ୍ତୁ ବୋଲି ସୁପ୍ରିମ୍‌ କୋର୍ଟ ପରାମର୍ଶ ଦେଇଛନ୍ତି। କଳକାରଖାନା, ପରାଲି, ଏବଂ ଅନ୍ୟ ପ୍ରଦୂଷଣ ସୃଷ୍ଟି କରୁଥିବା ସଂସ୍ଥା ସହିତ ଆଲୋଚନା କରିବାକୁ ସୁପ୍ରିମ୍‌ କୋର୍ଟ କହିଛନ୍ତି। ସେହିପରି ପଡ଼ୋଶୀ ସରକାରଙ୍କ ସହିତ ଆଲୋଚନା କରି ପ୍ରଦୂଷଣ ରୋକିବାକୁ କ’ଣ କରାଯାଇ ପାରିବ କରନ୍ତୁ ବୋଲି ସୁପ୍ରିମ୍‌ କୋର୍ଟ କହିଛନ୍ତି। ଅନ୍ୟପକ୍ଷରେ ଦିଲ୍ଲୀ ସରକାର କହିଛନ୍ତି ପ୍ରଦୂଷଣକୁ ନେଇ ଆମେ ସଂପୂର୍ଣ୍ଣ ଲକ୍‌ଡାଉନ୍ କରିବାରେ ପ୍ରସ୍ତୁତ। ଅନ୍ୟପକ୍ଷରେ ଆସନ୍ତା କାଲି କେନ୍ଦ୍ର ସରକାର ଏହାକୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଛନ୍ତି। 

Powered by Froala Editor