ଭୁବନେଶ୍ୱର:କାର୍ତ୍ତିକ ପୁନେଇଁରେ ଭାସିବନି ଡଙ୍ଗା। ଶୁଭିବନି "ଆ କା ମା ବୈ ପାନ ଗୁଆ ଥୋଇ" ଗୀତ। ଏଥର ବି କାର୍ତ୍ତିକ ପୁନେଇଁରେ ଡଙ୍ଗା ଭସା ଉପରେ ରୋକ ଲଗାଇଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)। କାର୍ତ୍ତିକ ପୂର୍ଣ୍ଣିମାରେ ବିନ୍ଦୁସାଗର ସମେତ ରାଜଧାନୀର ସମସ୍ତ ନଦୀ, ଜଳାଶୟରେ ମଧ୍ୟ ଶ୍ରଦ୍ଧାଳୁମାନେ ଡଙ୍ଗା ଭସାଇ ପାରିବେ ନାହିଁ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପକ୍ଷରୁ ବିଏସି ପକ୍ଷରୁ ଏହି କଟକଣା ଜାରି କରାଯାଇଛି ।
ଖାଲି ସେତିକି ନୁହେଁ, ଏହି ସବୁ ସ୍ଥାନରେ ଏକାଠି ନ ହେବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି । ସେହିପରି ବଡ଼ଓଷା ପାଇଁ ରାଜଧାନୀରେ ଥିବା ବିଭିନ୍ନ ଶିବ ମନ୍ଦିରରେ ମଧ୍ୟ କଟକଣା ଜାରି ହୋଇଛି। ବଡ଼ଓଷାରେ ଶ୍ରଦ୍ଧାଳୁମାନେ ମନ୍ଦିର ଦର୍ଶନ ଉପରେ ଲୋକ ଲଗାଇଛି ବିଏସି। କରୋନା ସଂକ୍ରମଣ କମ ଥିଲେ ବି ଲୋକେ ଏକାଠି ହେଲେ ପୁଣି ସଂକ୍ରମଣ ବ୍ୟାପିବା ଆଶଙ୍କା କରି ବିଏସି ଏଭଳି କଟକଣା ଲଗାଇଛି। କୌଣସି ବି ଶ୍ରଦ୍ଧାଳୁ ଯେପରି ଡଙ୍ଗା ଭସାଣ ସହ ବୁଡ ନ ପକାନ୍ତି ସେ ନେଇ କଡା ନଜର ରଖିବାକୁ ବିଏମ୍ସି ନିର୍ଦ୍ଦେଶ ଦେଇଛି । ଏହି ସବୁ ସ୍ଥାନରେ କମିଶନରେଟ୍ ପୁଲିସ ପକ୍ଷରୁ କଡ଼ା ନଜର ରଖାଯିବ।
Powered by Froala Editor
