ସୁର ରାଉତରାୟଙ୍କୁ କରୋନା

ସୁର ରାଉତରାୟଙ୍କୁ କରୋନା

ରାଜ୍ୟ ଖବର

ଭୁବନେଶ୍ୱର: ଜଟଣୀ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ କରୋନା ସଂକ୍ରମିତ ହୋଇଛନ୍ତି। ସୁର ଏବଂ ତାଙ୍କ ପତ୍ନୀ ଉଭୟେ କୋଭିଡ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ମେଡ଼ିକାଲରେ କୋଭିଡ଼ ପରୀକ୍ଷା କରାଇବା ପରେ ତାଙ୍କଠାରେ କରୋନା ପଜିଟିଭ ଥିବା ଜଣାପଡିଥିଲା। ତେବେ ବର୍ତ୍ତମାନ ବିଧାୟକ ସୁର ରାଉତରାୟ ଏବଂ ତାଙ୍କ ପତ୍ନୀଙ୍କୁ ସଂଗରୋଧରେ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଡାକ୍ତର।

ସବୁଠାରୁ ବଡ଼ କଥା ହେଉଛି, ଯେଉଁ ସମୟରେ ସମଗ୍ର ବିଶ୍ୱରେ କୋଭିଡର ଜାରି ରହିଥିଲା, ସେହି ସମୟରେ ସୁର କୋଭିଡର ନିୟମକୁ ବେଖାତିର କରିଚାଲିଥିଲେ। ପ୍ରଥମ ପର୍ୟ୍ୟାୟ କୋଭିଡ  ଏବଂ ଦ୍ୱିତୀୟ ପର୍ୟ୍ୟାୟ କୋଭିଡରେ ମଧ୍ୟ ମାସ୍କ ପିନ୍ଧୁ ନଥିଲେ ବିଧାୟକ ସୁର ରାଉତରାୟ।

ବିଗତ କିଛିଦିନ ହେବ ସେ ଅସୁସ୍ଥ ରହିଥିଲେ। ଏହାପରେ ଡାକ୍ତରଙ୍କ ପରାମର୍ଶ କ୍ରମେ କୋଭିଡ ଟେଷ୍ଟ କରିଥିଲେ। ଶେଷରେ ସେ ଓ ତାଙ୍କ ପତ୍ନୀ ଉଭୟ କୋଭିଡ ପଜିଟିଭ ଥିବା ନେଇ ଜଣାପଡ଼ିଛି। କୋଭିଡ ନିୟମ ଅନୁପାଳନ କରି ବର୍ତ୍ତମାନ ସେ ସଂଗରୋଧରେ ରହିବେ ବୋଲି କହିଛନ୍ତି ଡାକ୍ତର।

Powered by Froala Editor