କାର୍ତ୍ତିକ ପୂର୍ଣ୍ଣିମାରେ ଗୋପାଳପୁର ବେଳାଭୂମି ମନା

କାର୍ତ୍ତିକ ପୂର୍ଣ୍ଣିମାରେ ଗୋପାଳପୁର ବେଳାଭୂମି ମନା

ରାଜ୍ୟ ଖବର

ବ୍ରହ୍ମପୁର:  କାର୍ତ୍ତିକ ପୂର୍ଣ୍ଣମୀରେ ଡଙ୍ଗା ଭସାଣ ଓଡ଼ିଆ ମାନଙ୍କ ଏକ ଆଧ୍ୟାତ୍ମକ ଓ ସାଂସ୍କୃତିକ ପରମ୍ପରା।  ଏହି ଦିନ ସକାଳୁ ସକାଳୁ ଲୋକେ ବିଭିନ୍ନ ଜଳାଶୟରେ ଡଙ୍ଗା ଭସାଇଥାନ୍ତି। ହେଲେ ଏଥିଯୋଗୁ ଅଧିକ ଲୋକ ଏକତ୍ରୀତ ହୋଇ କରୋନା ସଂକ୍ରମଣର ଭୟ ରହିଛି। ଏହାକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ନେଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ଜିଲ୍ଲା ପ୍ରଶାସନ ପକ୍ଷରୁ ଗୋପାଳପୁର, ସୁନପୁର, ଆର୍ୟ୍ୟପଲ୍ଲୀ ଆଦି ସମୁଦ୍ର ବେଳାଭୂମିକୁ ପର୍ୟ୍ୟଟକ  ଓ ସାଧାରଣ ଲୋକଙ୍କୁ ବାରଣ କରାଯାଇଛି ।

ଆଜି ଅପରାହ୍ଣ ୨ଟାରୁ ଆସନ୍ତାକାଲି ଅପରାହ୍ଣ ୨ଟା ପର୍ୟ୍ୟନ୍ତ  ଏସବୁ ବେଳାଭୂମିକୁ ସାଧାରଣ ଲୋକଙ୍କୁ ବାରଣ କରାଯାଇଛି।  ଏପରିକି ଏହି ସବୁ ବେଳାଭୂମିକୁ ଡଙ୍ଗା ଭସାଇବାକୁ ଯାଇ ଗହଳି ନ କରିବାକୁ କୁହାଯାଇଛି। ପ୍ରଶାସନର କଟକଣାକୁ ମାନିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।

ପ୍ରଶାସନର ଏହି ନିର୍ଦ୍ଦେଶ ପରେ ଶହ ଶହ ବର୍ଷର ପରମ୍ପରା ଡଙ୍ଗା ଭସା କିପରି ପାଳିବେ, କେଉଁ ଜଳାଶୟରେ ଡଙ୍ଗା ଭସାଇବେ ତାକୁ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି ଲୋକେ।

Powered by Froala Editor