ଜୟପୁର: ଇସ୍ତଫା ଦେଲେ ଅଶୋକ ଗେହଲଟ ସରକାରର ତିନି ମନ୍ତ୍ରୀ । ରାଜ୍ୟ ଶିକ୍ଷାମନ୍ତ୍ରୀ ଗୋବିନ୍ଦ ସିଂହ ଡୋଟାସରା , ସ୍ବାସ୍ଥ୍ୟମନ୍ତ୍ରୀ ରଘୁ ଶର୍ମା, ରାଜସ୍ବ ମନ୍ତ୍ରୀ ହରିଶ ଚୌଧୁରୀ ଇସ୍ତଫା ଦେଇଥିବା ଜଣାପଡିଛି। ତିନି ମନ୍ତ୍ରୀ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଛନ୍ତି ।
ସୂଚନାଯୋଗ୍ୟ, ରାଜସ୍ଥାନ କଂଗ୍ରେସ ପ୍ରଭାରୀ ଅଜୟ ମାକନ ଶୁକ୍ରବାର ଜୟପୁରରେ ପହଞ୍ଚିଥିଲେ। ମାକନଙ୍କୁ ସ୍ବାଗତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ପାର୍ଟି ପ୍ରଦେଶ ଅଧ୍ୟକ୍ଷ ଗୋବିନ୍ଦ ସିଂହ ଡୋଟାସରା ଏୟାରପୋର୍ଟ ଯାଇଥିଲେ। ଜୟପୁରରେ ପହଞ୍ଚିବା ପରେ ମାକନ ଗଣମାଧ୍ୟମ ଆଗରେ ମନ୍ତ୍ରୀଙ୍କ ଇସ୍ତଫା ନେଇ ବଡ ବୟାନ ଦେଇଛନ୍ତି । ତିନି ମନ୍ତ୍ରୀଙ୍କ ଇସ୍ତଫା ପରେ ସେମାନଙ୍କୁ ଦଳ ନୂଆ ଦାୟିତ୍ବ ଦେଇଥିବା ମାକନ ଜଣାଇଛନ୍ତି । ରାଜ୍ୟ ପ୍ରଭାରୀଙ୍କ ଏହି ବୟାନରୁ ରାଜସ୍ଥାନ କ୍ୟାବିନେଟରେ ହେବାକୁ ଥିବା ସମ୍ପ୍ରସାରଣ ସମ୍ପର୍କରେ ଆଭାସ ମିଳିଛି ।
Powered by Froala Editor
