ସାପ ବିଷ ଜବତ, ୨ ଗିରଫ

ସାପ ବିଷ ଜବତ, ୨ ଗିରଫ

ରାଜ୍ୟ ଖବର

ରିଆମାଳ: ଦେବଗଡ଼ ଜିଲ୍ଲାର ରିଆମାଳ ଥାନା ପୁଲିସ ଦେଢ଼କୋଟି ଟଙ୍କାର ସାପ ଗରଳ (ବିଷ) ଜବତ କରିଥିବା ବେଳେ ଦୁଇ ଜଣ ବିଷ ବେପାରୀଙ୍କୁ ଗିରଫ କରିଛି। ଗିରଫ ଦୁଇ ବେପାରୀ ହେଲେ ସମ୍ବଲପୁର ଜିଲ୍ଲା ଅଞ୍ଚଳର। ସେଦୁହେଁ ହେଲେ ସମ୍ବଲପୁର ଜିଲ୍ଲା ସିନ୍ଦୁରପଙ୍କର  କୈଳାସ ସାହୁ (୩୬) ଓ ସାକ୍ଷୀପଡାର  ରଞ୍ଜନ କୁମାର ପାଢୀ।

ଶୁକ୍ରବାର ଅପରାହ୍ନ ୪ଟାରେ ରିଆମାଳ ଥାନା ଅନ୍ତର୍ଗତ ତାରଙ୍ଗ ଗ୍ରାମଠାରେ ବିକ୍ରି ପାଇଁ ମୂଲଚାଲ ଚାଲିଥିବା ରିଆମାଳ ଥାନା ପୁଲିସ ଖବର ପାଇଥିଲା। ଥାନା ଅଧିକାରୀ ଗୋପବନ୍ଧୁ ବେହେରାଙ୍କ ନିର୍ଦ୍ଦେଶକ୍ରମେ ଏସ.ଆଇ ମାଗୁଣୀ ଗଡ଼ନାୟକ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚିଥିଲେ। ମାତ୍ର ସେଠାରୁ ଦୁଇବେପାରୀ ସିନ୍ଦୁରପଙ୍କ ଆଡକୁ ଯାଉଥିବା ବେଳେ ଅଧିକ ତଥ୍ୟ ପାଇଁ ଗିରଫ ନ କରି ସେମାନଙ୍କୁ ପୁଲିସ ପିଛା କରିଥିଲା। ପରିଶେଷରେ ସିନ୍ଦୁରପଙ୍କଠାରେ ଦୁଇ ବେପାରୀଙ୍କୁ ଗିରଫ କରାଯାଇଥିଲା। ରିଆମାଳ ପୁଲିସ କେଶ ନଂ- ୨୫୩ରେ ଏକ ମାମଲା ରୁଜୁ କରି ଛାନଭିନ୍ ଚଳାଇଛି। ତେବେ ଦୁଇ ବିଷ ବେପାରୀ ଦେବଗଡ଼ ଜିଲ୍ଲାରେ ବିକ୍ରି ପାଇଁ ଆସିଥିବା ନେଇ ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି।


Powered by Froala Editor