ଅଗରତାଲା: ହତ୍ୟା ଉଦ୍ୟମ ମାମଲାରେ ରବିବାର ଗିରଫ ହୋଇଥିବା ତୃଣମୂଳ ଯୁବ କଂଗ୍ରେସ ସଭାପତି ତଥା ଅଭିନେତ୍ରୀ ସାୟୋନି ଘୋଷଙ୍କୁ ମିଳିଲା ଜାମିନ। ଆଇପିସିର ଧାରା ୧୫୩, ୧୫୩(ଇ) , ୫୦୬, ୩୦୭ ଓ ୧୨୦(ଈ) ଅନୁଯାୟୀ ତାଙ୍କ ବିରୋଧରେ ଇଷ୍ଟ ଅଗରତାଲା ମହିଳା ପୋଲିସ ଷ୍ଟେସନରେ ମାମଲା ହୋଇଥିଲା ।
ସାୟୋନି ଘୋଷଙ୍କ ଓକିଲ ଶଙ୍କର ଲୋଧ କହିଛନ୍ତି, ଅତିରିକ୍ତ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ କୋର୍ଟରେ ସୋମବାର ଘୋଷଙ୍କୁ ହାଜର କରାଯାଇଥିଲା । ଯେଉଁଠାରେ ସିଜେଏମ ସୋମ୍ୟ ବିକାଶ ଦାସ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଏହାସହିତ ତଦନ୍ତକାରୀ ଅଫିସରଙ୍କୁ ତଦନ୍ତରେ ସହଯୋଗ ଏବଂ ୨୦ ହଜାରର ବ୍ୟକ୍ତିଗତ ବଣ୍ଡ ବଦଳରେ ସାୟୋନିଙ୍କୁ କୋର୍ଟ ଜାମିନ ଦେଇଛନ୍ତି।ସୂଚନାଯୋଗ୍ୟ, ସାୟୋନି ଏକ ସଭାସ୍ଥଳରେ ଏକାଠି ହୋଇଥିବା ବିଜେପି କର୍ମୀଙ୍କ ଉପରେ ଗାଡ଼ି ମଡ଼ାଇ ଦେବାକୁ ଚେଷ୍ଟା କରୁଥିଲେ। ଏନେଇ ଅଭିଯୋଗ ହେବା ପରେ ପୋଲିସ ଆକ୍ସନ ମୋଡକୁ ଆସିଥିଲା। ରବିବାର ଦିନ ପ୍ରାୟ ୧୧ଟା ବେଳେ ସାୟୋନି ରହୁଥିବା ହୋଟେଲରେ ମହିଳା ପୋଲିସ ପହଞ୍ଚିବା ସହ ତାଙ୍କୁ ପଚରାଉଚରା କରିଥିଲେ। ଏହାପରେ ତାଙ୍କୁ ଥାନାକୁ ନିଆଯାଇଥିଲା ଏବଂ ସେଠାରେ ପୋଲିସ ତାଙ୍କୁ ହତ୍ୟା ଉଦ୍ୟମ ମାମଲାରେ ଗିରଫ କରିଥିଲା।
Powered by Froala Editor
