ସମ୍ବିତଙ୍କ ପାଇଁ ବଢିଲା ଅଡୁଆ

ସମ୍ବିତଙ୍କ ପାଇଁ ବଢିଲା ଅଡୁଆ

ଜାତୀୟ ଖବର

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଫେକ ଭିଡିଓ ପୋଷ୍ଟ କରିଥିବା ବିଜେପି ମୁଖପାତ୍ର ସମ୍ବିତ ପାତ୍ରଙ୍କ ଅଡ଼ୁଆ ବଢ଼ିଛି। ଫେକ ଭିଡିଓ ମାମଲାରେ ଦିଲ୍ଲୀର ଗୋଟିଏ କୋର୍ଟ ଶ୍ରୀ ପାତ୍ରଙ୍କ ନାଁରେ ଏଫଆଇଆର ରୁଜୁ କରିବାକୁ ପୁଲିସ୍‌କୁ ନିର୍ଦ୍ଦେଶ ଦେଇଛନ୍ତି।


କେଜ୍ରିୱାଲ କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ସମର୍ଥନ କରୁଥିବା ବେଳର ଗୋଟିଏ ବିକୃତ ଭିଡିଓକୁ ଶ୍ରୀ ପାତ୍ର ଜାନୁଆରୀ ମାସରେ ପୋଷ୍ଟ କରିଥିଲେ। ତେବେ ଏହାକୁ ପରବର୍ତ୍ତୀ ସମୟରେ ସେ ଡିଲିଟ କରିଦେଇଥିଲେ। ସେ  ଫେକ ଭିଡିଓ ପୋଷ୍ଟ କରିଥିବାରୁ ଏହା ବିରୋଧରେ ଆପ୍‌ ଦିଲ୍ଲୀ ପୁଲିସ୍‌ରେ ଅଭିଯୋଗ କରିଥିଲା। କିନ୍ତୁ ପୁଲିସ୍‌ କୌଣସି ପଦକ୍ଷେପ ନ ନେବାରୁ ଦଳ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଏବେ କୋର୍ଟ ଏଫଆଇଆର ରୁଜୁ କରିବାକୁ କହିଛନ୍ତି।


ଜାନୁଆରୀ ୩୦ରେ ଶ୍ରୀ ପାତ୍ର ଉକ୍ତ ଫେକ ଭିଡିଓକୁ ପୋଷ୍ଟ କରିଥିଲେ। ହେଲେ ଆପ୍‌ ଏଥିରେ ସତ୍ୟତା ନଥିବା କହିଥିଲା। ଫେକ ଷ୍ଟୋରି ଯାଞ୍ଚ କରୁଥିବା ଅଲ୍ଟ ନ୍ୟୁଜ ମଧ୍ୟ ଉକ୍ତ ଭିଡିଓର ସମୀକ୍ଷା କରିଥିଲା। ଏହି ସମୟରେ କେଜ୍ରିୱାଲ କୃଷି ଆଇନ ସମର୍ଥନରେ ଯେଉଁ ମତ ରଖିଥିବା ଶ୍ରୀ ପାତ୍ର ଦାବି କରୁଛନ୍ତି, ତାହା ଏକ ବିକୃତ କରାଯାଇଥିବା ଭିଡିଓ ବୋଲି ସ୍ପଷ୍ଟ ହୋଇଥିଲା।

Powered by Froala Editor