ଦୁର୍ଘଟଣାରେ ଶେନ୍‌ ୱାର୍ଣ୍ଣେ ଆହତ

ଦୁର୍ଘଟଣାରେ ଶେନ୍‌ ୱାର୍ଣ୍ଣେ ଆହତ

ଜାତୀୟ ଖବର

ସିଡ୍ନୀ: ବାଇକ୍ ଦୁର୍ଘଟଣାରେ ଆହତ ହୋଇଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ସ୍ପିନ୍ ବୋଲର ଶେନ୍ ୱାର୍ଣ୍ଣ। ସେ ତାଙ୍କ ପୁଅ ଜ୍ୟାକ୍ସନ୍ ସହିତ ବାଇକ୍ରେ ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ବାଇକ୍ଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ପ୍ରାୟ ୧୫ ମିଟର ପର୍ୟ୍ୟନ୍ତ ଘୋଷାଡ଼ି ହୋଇଯାଇଥିଲେ ଶେନ୍ ୱାର୍ଣ୍ଣ। ଯଦିଓ ସେ ଗୁରୁତର ଭାବେ ଆହତ ହୋଇ ନାହାନ୍ତି, ତଥାପି ତାଙ୍କ ଶରୀରରେ ଖୁବ୍ ଯନ୍ତ୍ରଣା ଅନୁଭବ କରୁଛନ୍ତି। ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି।

ଦୁର୍ଘଟଣା ପରେ ଶେନ୍ ୱାର୍ଣ୍ଣ ଡାକ୍ତରଖାନା ଯାଇଥିଲେ। ତାଙ୍କ ଜଙ୍ଘ ହାଡ଼ ଭାଙ୍ଗି ଥିବା ନେଇ ସେ ପ୍ରଥମେ ଆଶଙ୍କା କରିଥିଲେ। ତେବେ ପରୀକ୍ଷା ପରେ ତାଙ୍କ ଶରୀରର କୌଣସି ସ୍ଥାନରେ ହାଡ଼ ଭାଙ୍ଗି ନାହିଁ ବୋଲି ଜଣାପଡ଼ିଥିଲା।

ଡିସେମ୍ବର ୮ ତାରିଖରୁ ଗାବାରେ ଆସେସ ସିରିଜ୍ ଆରମ୍ଭ ହେଉଥିବା ବେଳେ ସେତେ ବେଳକୁ ଫିଟ୍ ହୋଇ ଭାଷ୍ୟକାର ଦାୟିତ୍ୱ ଠିକ୍ ଭାବେ ତୁଲାଇ ପାରିବେ ବୋଲି ଶେନ୍ ୱାର୍ଣ୍ଣ ଆଶା ରଖିଛନ୍ତି।


Powered by Froala Editor