ଓମିକ୍ରନ୍‌ ଭୟ, ଦିଆଯିବ ବୁଷ୍ଟର ଡେଜ୍!

ଓମିକ୍ରନ୍‌ ଭୟ, ଦିଆଯିବ ବୁଷ୍ଟର ଡେଜ୍!

ଜାତୀୟ ଖବର

ନୂଆଦିଲ୍ଲୀ: ମହାମାରୀ କରୋନାର ମାରତ୍ମକ ଭାରିଏଣ୍ଟ ଓମିକ୍ରନକୁ ନେଇ ବଢ଼ି ଯାଇଛି ଚିନ୍ତା। ଭାରତରେ ଏଯାଏ ବିଧିବଦ୍ଧ ଭାବେ ଓମିକ୍ରନ ଭାରିଏଣ୍ଟ ଠାବ ହୋଇନାହିଁ। କିନ୍ତୁ ବିଦେଶରୁ ଅନେକ ଲୋକ ଫେରିଥିବାରୁ ଏହାର ବିପଦକୁ ସଂପୂର୍ଣ୍ଣ ଭାବେ ଏଡ଼ାଇ ଦିଆଯାଇ ପାରୁନି।

ଏସବୁ ଭିତରେ କରୋନା ବିରୋଧୀ ଟିକାକରଣକୁ ନେଇ ବଡ଼ ସୂଚନା ମିଳିଛି। ଭାରତରେ କରୋନାର ଓମିକ୍ରନ ଭାରିଏଣ୍ଟକୁ ମାତ ଦେବା ପାଇଁ ଖୁବଶୀଘ୍ର ବୁଷ୍ଟର ଡୋଜ୍ ଲୋକଙ୍କୁ ଦିଆଯାଇପାରେ। ତେବେ କେବଳ କିଛି ସ୍ୱତନ୍ତ୍ର ମାମଲାରେ ହିଁ ବୁଷ୍ଟର ଡୋଜ୍ର ବ୍ୟବହାର ହେବ। ଦେଶର କୋଭିଡ ଟାସ୍କ ଫୋର୍ସ ଅଧ୍ୟକ୍ଷ ଡା ଏନକେ ଅରୋରା ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ସ୍ୱତନ୍ତ୍ର ମାମଲା ପାଇଁ ଟିକାର ଅତିରିକ୍ତ ଡୋଜ ବା ବୁଷ୍ଟର ଡୋଜ୍ର ବ୍ୟବହାର କରାଯାଇ ପାରେ। ଏଥିପାଇଁ ନୀତି ନିର୍ଦ୍ଧାରଣ ମଧ୍ୟ କରାଯିବ। ସମସ୍ତଙ୍କୁ ଏବେ ବୁଷ୍ଟର ଡୋଜ୍ ନେବାର ଆବଶ୍ୟକତା ନାହିଁ। ତାଙ୍କ କହିବା ଅନୁଯାୟୀ, ବୁଷ୍ଟର ଡୋଜ୍ ସହ ଛୋଟ ପିଲାମାନଙ୍କ ଟିକାକରଣ ପାଇଁ ମଧ୍ୟ ନୀତି ନିର୍ଦ୍ଧାରଣ କରାଯିବ।

ପ୍ରାୟ ୪୪ କୋଟି ପିଲାଙ୍କୁ ଟିକା ଦିଆଯିବ। ଏଥିପାଇଁ ଜାତୀୟ ବୈଷୟିକ ପରାମର୍ଶଦାତା ଗ୍ରୁପ୍ ଗାଇଡଲାଇନ ଜାରି କରିବ। ପ୍ରାଥମକି ଅବସ୍ଥାରେ ବହୁବିଧି ରୋଗରେ ପୀଡ଼ିତ ପିଲାମାନଙ୍କୁ ଟିକା ଦେବାର ବ୍ୟବସ୍ଥା ହେବ ବୋଲି ଡା ଅରୋରା କହିଛନ୍ତି।

Powered by Froala Editor