କ୍ୟାବିନେଟ କଣ ନିଷ୍ପତ୍ତି ନେଲା, ଜାଣନ୍ତୁ

କ୍ୟାବିନେଟ କଣ ନିଷ୍ପତ୍ତି ନେଲା, ଜାଣନ୍ତୁ

ରାଜ୍ୟ ଖବର

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ ବୈଠକରେ 10ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ପଞ୍ଚାୟତିରାଜ, ନଗର ଉନ୍ନୟନ ପୂର୍ତ୍ତ ଓ ଅନ୍ୟାନ୍ୟ ବିଭାଗର ପ୍ରସ୍ତାବ ଉପରେ ମୋହର ମାରିଛି ରାଜ୍ୟ କ୍ୟାବିନେଟ୍ । ଏସସିବି ମେଡିକାଲ କଲେଜକୁ ବିଶ୍ବସ୍ତରୀୟ କରିବା ପ୍ରସ୍ତାବ ଅନୁମୋଦିତ ହୋଇଛି । ବିଶ୍ୱସ୍ତରୀୟ ମେଡିକାଲ ନିର୍ମାଣ ଟେଣ୍ଡରକୁ ମିଳିଛି ।

ବିଭିନ୍ନ ପଞ୍ଚାୟତର ପୋଖରୀ ସ୍ୱୟଂଶାସିତ ଗୋଷ୍ଠୀକୁ ପ୍ରଦାନକୁ ମିଳିଛି କ୍ୟାବିନେଟ ମୋହର । ଏହା ସହ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଭୂଆସୁଣୀରେ ନିର୍ମାଣ କରିବାକୁ ଥିବା ବାଇଓ ପ୍ଲାଣ୍ଟ ପ୍ରକଳ୍ପ ଟେଣ୍ଡରକୁ ବି ଅନୁମତି ମିଳିଥିବା ଜଣାପଡ଼ିଛି ମଙ୍ଗଳବାର ସନ୍ଧ୍ୟା ୬ଟା ୩୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବିଧାନସଭା ଶୀତକାଳୀନ ଅଧିବେଶନ ଚାଲିଥିବାରୁ କ୍ୟାବିନେଟ୍ ନିଷ୍ପତ୍ତି ନେଇ ଆନୁଷ୍ଠାନିକ ଭାବେ ସରକାରଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ ।

Powered by Froala Editor