ଭୁବନେଶ୍ବର: ଉତ୍କଟ ବେକାରି ସମସ୍ୟା, ରନ୍ଧନ ଗ୍ୟାସ ଓ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ ଆଜି ରାଜରାସ୍ତାକୁ ଓହ୍ଲାଇଛି ବିଜେଡି। ଗର୍ଜିଛି କେନ୍ଦ୍ରର ବିଜେପି ସରକାର ବିରୋଧରେ। ଏ ନେଇ ବିଜେଡି ମୁଖ୍ୟ କାର୍ୟ୍ୟାଳୟରୁ ଆଜି ଏକ ବିଶାଳ ମଟରସାଇକେଲ ରାଲିରେ ବାହାର କରିଥିଲା ବିଜୁ ଯୁବ ଛାତ୍ର ଜନତା ଦଳ। ବିରାଟ ସମାବେଶ କରି କେନ୍ଦ୍ର ବିରୋଧରେ ଆନ୍ଦୋଳନ ଡାକରା ଦେଇଥିଲା ବିଜେଡି।
ଏହି ଶୋଭାଯାତ୍ରାରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଦଳର ଛାତ୍ର ଓ ଯୁବବ୍ୟାପାର ସାଧାରଣ ସମ୍ପାଦକ ପ୍ରଣବ ବଳବନ୍ତରାୟ, ଛାତ୍ର ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ପ୍ରମୁଖ ସାମିଲ ହୋଇଛନ୍ତି। ଅପରପକ୍ଷେ ବିଜେଡିର ମହା ସମାବେଶ ଆୟୋଜନ କରାୟାଇଛି।
Powered by Froala Editor
