ଭୁବନେଶ୍ୱର: ୨୦ ଦିନ ପୂର୍ବରୁ ଶେଷ ହେଲା ବିଧାନସଭାର ଶୀତକାଳୀନ ଅଧିବେଶନ। ଗୋଟିଏ ଦିନ ବି ଚାଲି ପାରିଲାନି ଗୃହ। ମମିତା ଝଡ଼ରେ ଧୋଇଗଲା ଶୀତକାଳୀନ ଅଧିବେଶନ। ୨୦ ଦିନ ପୂର୍ବରୁ ତଥା ୧୭ଟି କାର୍ୟ୍ୟ ଦିବସ ପୂର୍ବରୁ ବିଧାନସଭାକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ମୁଲତବି ରଖିଛନ୍ତି ବାଚସ୍ପତି । ହାଉସର କୌଣସି ବିଜନେସ୍ ନଥିବାରୁ ଏବଂ କୋଭିଡ୍ ସଂକ୍ରମଣ ଦୃଷ୍ଟିରୁ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ପାଇଁ ପ୍ରସ୍ତାବ ଆଣିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ ।
୯ ଦିନର ଅଧିବେଶନେ ପ୍ରାୟ ୨ ଘଣ୍ଟା ବି ସ୍ୱଭାବିକ ଭାବେ ଚାଲି ପାରିଲାନି ଗୃହ । କଂଗ୍ରେସ ଓ ବିଜେପି ବିଧାୟକ ଗୃହରେ ହୋହଲ୍ଲା କରିଥିଲେ । ଗୋଟିଏ ଦିନ ବି ପ୍ରଶ୍ନକାଳ ଚାଲି ପାରିନଥିବା ବେଳେ ଗୋଟିଏ ବି ମୁଲତବି ପ୍ରସ୍ତାଵ ଆଲୋଚନା ହୋଇ ପାରିନାହିଁ । ପ୍ରବଳ ହଟଗୋଳ ଭିତରେ ପାରିତ ହୋଇଛି ୧୯ ହଜାର ୮୩୩ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ । ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବା ପାଇଁ ଏକ ସଂକଳ୍ପ ପାରିତ କରିଛନ୍ତି ସରକାର ।
ଶୁକ୍ରବାର ବିଧାନସଭାରେ ପାରିତ ହୋଇଛି ବ୍ୟୟମଞ୍ଜୁରୀ ବିଲ୍ । ୧୯ ହଜାର ୮୩୩ କୋଟି ଟଙ୍କାର ବ୍ୟୟ ମଞ୍ଜୁରୀ ବିଲ ପାରିତ ହୋଇଛି । ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ସମୟରେ ବିରୋଧୀ ପ୍ରତିବାଦ କରିଥିଲେ । ବାଚସ୍ପତିଙ୍କ ପୋଡିଅମ୍ ଉପରକୁ ଚଢ଼ିବାକୁ ଉଦ୍ୟମ କରିଥିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି ।
Powered by Froala Editor
