କାହା ଅନୁମତିରେ କଂଗ୍ରେସ ଭବନରେ ପଶିଲା ପୁଲିସ: ନରସିଂହ

କାହା ଅନୁମତିରେ କଂଗ୍ରେସ ଭବନରେ ପଶିଲା ପୁଲିସ: ନରସିଂହ

ରାଜ୍ୟ ଖବର

ଭୁବନେଶ୍ୱର: ଯେଉଁ କଂଗ୍ରେସ କର୍ମୀ ଇଂରେଜଙ୍କ ଗୁଳିକୁ ଡରିନଥିଲେ, ସେ ମାଡ଼ରେ ଡରିଯିବ ନାହିଁ । ଆଉ ଏହି ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।  ବିଧାନସଭା ଘେରାଉ  ସମୟରେ ଛାତ୍ର କଂଗ୍ରେସ କର୍ମୀମାନଙ୍କ ଉପରକୁ ପୋଲିସ୍ର ଲାଠି ଚାର୍ଜ ଆଉ ଶେଷରେ କଂଗ୍ରେସ ଭବନ ଭିତରେ ପଶି କର୍ମୀଙ୍କୁ ମାଡ଼ ମାରିବା ପ୍ରସଙ୍ଗରେ ଆଜି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରେସମିଟ୍ କରି କଡ଼ା ମନ୍ତବ୍ୟ ପ୍ରକାଶ କରିଛନ୍ତି ।

ତେବେ ଲୋୟର ପିଏମଜି  ଯେଉଁଭଳି ଭାବରେ ରଣକ୍ଷେତ୍ର ପାଲଟିଥିଲା, ଆଉ କଂଗ୍ରେସ କର୍ମୀଙ୍କ ଉପରେ ପୋଲିସ୍ ର ମାତ୍ରାଧିକ କାର୍ୟ୍ୟାନୁଷ୍ଠାନକୁ ନେଇ ନରସିଂହ ମିଶ୍ର କହିଛନ୍ତି ଯେ ପୋଲିସ୍ କାହାର ଅନୁମତି ନେଇ କଂଗ୍ରେସ ଭବନ ଭିତରକୁ ପଶିଥିଲା?

ଦାୟିତ୍ୱରେ ଥିବା ପୋଲିସ୍ ବୋଧହୁଏ ସିଆରପିସି ପଢିନାହାନ୍ତି । ତେଣୁ ପୋଲିସ୍ ବିରୋଧରେ ୩୦୭ ଦଫାରେ କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି ନରସିଂହ ମିଶ୍ର ।

ସୂଚନା ଅନୂସାରେ  ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ତଥା ମମିତା ମେହେରଙ୍କୁ ନ୍ୟାୟ ଦାବି କରି ଛାତ୍ର କଂଗ୍ରେସ ବିଧାନସଭା ଘେରାଉ କରିବାକୁ ଚେଷ୍ଟା କରିବା ସମୟରେ ପୋଲିସ କର୍ମୀ ସେମାନଙ୍କୁ ଅତି ନୃସଂସ ଭାବରେ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ ।

Powered by Froala Editor