ଭୟଙ୍କର ପବନରେ ଉଡ଼ିଗଲା ୭୦ରୁ ଅଧିକ ଜୀବନ

ଭୟଙ୍କର ପବନରେ ଉଡ଼ିଗଲା ୭୦ରୁ ଅଧିକ ଜୀବନ

ଜାତୀୟ ଖବର

ୱାଶିଂଟନ:ଉଡିଲା ଗାଡ଼ି, ଇଟା, ଛାତ। ନିମିଷକେ ସବୁକୁ ମୋଡ଼ି ମକଚି ଟୁକୁଡ଼ା କରିଦେଲା ପବନ। ଏମିତି ଭୟଙ୍କର ଟର୍ନାଡୋ ଆସିଛି ଆମେରିକାର କେଣ୍ଟୁକିରେ । ଏଥିରେ ପ୍ରାୟ ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏଥିସହ ଅନେକ ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଏନେଇ ରାଜ୍ୟର ଗଭର୍ଣ୍ଣର ଏଣ୍ଡି ବେଶିଅର ସୂଚନା ଦେଇଛନ୍ତି। ସୂଚନା ମୁତାବକ, ଶୁକ୍ରବାର ବିଳମ୍ବିତ ରାତିରେ ଆମେରିକାର ମଧ୍ୟ ଅଞ୍ଚଳରେ ଘୂର୍ଣ୍ଣିଝଡ ସୃଷ୍ଟି ହୋଇଥିଲା। ଏଥିଯୋଗୁଁ ଗ୍ରେବ୍ସ କାଉଣ୍ଟି ସହର ଏବଂ ମେଫିଲ୍ଡ ସହର ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏଥିରେ ୭୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଉଦ୍ଧାର କାର୍ଯ୍ୟଜାରି ରହିଛି। ବାସହରାଙ୍କୁ ପାଣି ଓ ଖାଦ୍ୟ ଯୋଗାଇ ଦିଆଯାଉଛି। ଏଥିସହ ରାଜ୍ୟରେ ରାତାରାତି ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି ରାଜ୍ୟପାଳ ଏଣ୍ଡି ବେଶିଅର।