କଟକ : ୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବକୁ ସ୍ଥଗିତ କରାଯାଇଛି। ମଙ୍ଗଳବାର ଏହି ଉତ୍ସବ ହେବାର ଥିଲା। ହାଇକୋର୍ଟଙ୍କ ନିର୍ଦେଶ ପରେ ଏହାକୁ ସ୍ଥଗିତ ରଖାଯାଇଛି। ପୁରସ୍କାର ଚୟନକୁ ନେଇ ହାଇକୋର୍ଟରେ ପିଟିସନ କରିଥିଲେ ବବି ଇସଲାମ। ଏହି ପିଟିସନ ଆଧାରରେ ହାଇକୋର୍ଟ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।ଇୟଗ୍ଦ ଭଚ୍ଚ
ରାଜ୍ୟ ପୁରସ୍କାର ନିମନ୍ତେ ଘୋଷଣା ହୋଇଥିବା ସମସ୍ତ ୨୭ ବିଭାଗର ପୁନଃ ମୂଲ୍ୟାୟନ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୁନଃ ମୂଲ୍ୟାୟନ କରି କୋର୍ଟ ଏବଂ ପିଟିସନରଙ୍କୁ ଜଣାଇବେ। ଜାନୁଆରି ୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ୟ୍ୟ କରିଛନ୍ତି କୋର୍ଟ।
ନଭେମ୍ବର ୫ ତାରିଖରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ତାଲିକା ଘୋଷଣା କରାଯାଇଥିଲା। ଏହି ଘୋଷଣା ପରେ ବିବାଦ ଦେଖାଦେଇଥିଲା। ସଂଗୀତ ନିର୍ଦ୍ଦେଶକ ବବି ଇସଲାମ୍ କୋର୍ଟରେ ଏକ ମାମଲା କରିଥିଲେ। ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ତାଲିକାରେ ସ୍ଥାନ ପାଇଥିବା ଦୁଇ ଚଳଚ୍ଚିତ୍ର ‘ଖୁସି’ ଓ ‘ଗୋଲମାଲ’ ବିରୋଧରେ କୋର୍ଟରେ ପିଟିସନ୍ ଦାଖଲ କରିଥିଲା।
ତାଙ୍କ ଅଭିଯୋଗ ମୁତାବକ, ଏହି ଦୁଇଟି ଯାକ ଚଳଚ୍ଚିତ୍ର ବାହାର ଭାଷାରେ ନିର୍ମିତ ଫିଲ୍ମର ରିମେକ୍। ଯେଉଁ କାରଣରୁ ଓଡ଼ିଆ ସିନେମାର ମୌଳିକତା ନଷ୍ଟ ହୋଇଛି। ତେବେ ଏସବୁ ପ୍ରସଙ୍ଗକୁ ନେଇ ସେ ହାଇକୋର୍ଟରେ ପିଟିସନରେ ଜଣାଇଥିଲେ। ଏହି ମାମଲାର ଆଜି ପ୍ରାରମ୍ଭିକ ଶୁଣାଣି ଥିଲା। କୋର୍ଟ ଏ ନେଇ ସଂସ୍କୃତି ବିଭାଗର ସଚିବ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକଙ୍କ ଠାରୁ ଜବାବ ମାଗିଥିଲେ। ସେମାନେ ଯେଉଁ ଜବାବ ଦାଖଲ କରିଥିଲେ ତାହା ପର୍ୟ୍ୟାପ୍ତ ହେଲା ନାହିଁ। ତେଣୁ କୋର୍ଟ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ। କୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଜାନୁଆରୀ ୭ ତାରିଖ ଧାର୍ୟ୍ୟ କରିଛନ୍ତି।
Powered by Froala Editor
