ବରଯାତ୍ରୀ ବସ୍‌ ଓଲଟି ୩୦ ଆହତ

ବରଯାତ୍ରୀ ବସ୍‌ ଓଲଟି ୩୦ ଆହତ

ରାଜ୍ୟ ଖବର

ଗଜପତି: ରାୟଗଡ଼ ବ୍ଲକ ସେବକପୁର ଗ୍ରାମ ନିକଟରେ ଏକ ବରଯାତ୍ରୀ ବସ୍‌ ଓଲଟି ପଡ଼ିବାରୁ ୩୦ ଜଣ ଆହତ ହୋଇଛନ୍ତି। ଆଜି ଭୋର ସମୟରେ ଓଲଟି ପଡ଼ିଥିଲା। ଏଥିରେ ୩୦ ଜଣ ଆହତ ହୋଇଥିବାବେଳେ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି। ସମସ୍ତ ଆହତ ଗଞ୍ଜାମ ପୋଲସରା ଅଞ୍ଚଳର ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ଗତକାଲି ଗଞ୍ଜାମ ଜିଲ୍ଲା ପୋଲସରାରୁ ପ୍ରାୟ ୩୫ ଜଣ ଯାତ୍ରୀଙ୍କୁ ଧରି ଏକ ବସ୍ ପାରଳାଖେମୁଣ୍ଡିକୁ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇଥିଲା। ଏହାପରେ ବସଟି ବିଳମ୍ବିତ ରାତିରେ ପାରଳାଖେମୁଣ୍ଡି ଅଭିମୁଖେ ବାହାରିଥିଲା। ହେଲେ ରାତି ପ୍ରାୟ ୩ଟାରେ ସେବକପୁର ଗ୍ରାମ ନିକଟରେ ଥିବା ବୁଲାଣିରେ ଭାରସାମ୍ୟ ହରାଇ ବସଟି ଓଲଟି ପଡ଼ିଥିଲା। ଏନେଇ ଖବର ପାଇ ପୋଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଥିଲେ। ଏହାପରେ ଦୁର୍ଘଟଣାରେ ଆହତ ପ୍ରାୟ ୩୦ ଜଣଙ୍କୁ ଚିକିତ୍ସା ପାଇଁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ଥିବାବେଳେ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯିବା ନେଇ ସୂଚନା ମିଳିଛି ।


Powered by Froala Editor